April 29, 2026

ଲଗାଣ ବର୍ଷା ଯୋଗୁଁ ମୋହନା ବ୍ଲକ ଗର୍ଡାମା ପାପାଇଜୁ ପୋଲ ଉପରେ ୨ ଫୁଟ୍ ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ 

IMG-20250706-WA0037
Share

 

 

ପାରଳାଖେମୁଣ୍ଡି:୬/୭(ଗରୁଡ ଧ୍ଵଜ ଚୌଧୁରୀ) ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗର୍ଡ଼ମା ପାପାଇଜୁ ଆପ୍ରୋଚ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟତ ବନ୍ଦ ହୋଇଯାଇଛି। ଏଥିସହ ଗର୍ଡ଼ମା ପଞ୍ଚାୟତ ସମେତ, କଟାମା, ଗୁରୁଝୁଳି ପଞ୍ଚାୟତର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସେହିପରି ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ନଦୀ ଆରପଟେ ଥିବା ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦୁଇ ଦିନ ଧରି ମୋହନା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ପ୍ରତିବର୍ଷ ବର୍ଷା ଦିନରେ ଏହି ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ପାଣି କମିବା ପର୍ଯ୍ୟନ୍ତ ପୁରା ପଞ୍ଚାୟତ ବାସୀ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହୁଥ‌ିବା କହିଛନ୍ତି।

You may have missed