April 29, 2026

ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ 

IMG-20250706-WA0025
Share

 

ଅଦ୍ୟ ତା ୦୬-୦୭-୨୦୨୫ ରିଖ ରବିବାର ଦିନ ଜହ୍ନାପଡ଼ା କେନାଲ ବ୍ରିଜ ରୁ ବାଞ୍ଜିପାଲି କୁ ଥିବା ବାବେବିରା କେନାଲ ର ଉଭୟ ପାର୍ଶ୍ଵରେ ବନମହୋତ୍ସବ ପାଳନ ଅବସରରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ତ୍ରିଲୋଚନ ଖମାରୀ,ଶିବପ୍ରସାଦ ପଣ୍ଡା, ଜଗମୋହନ ଭୁଏ, ନନ୍ଦିଘୋଷ ଭୁଏ, କ୍ଷୀରସାଗର ଭୁଏ ଙ୍କ ସମେତ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ,ଯୁବକ ଓ କୁଲୁଣ୍ଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରଗଣ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ପୁରନ୍ଦର ପ୍ରଧାନ ଯୋଗଦାନ କରିଥିଲେ । ଏହି ଅବସରରେ କରଞ୍ଜ , ଶାଗୁଆନ, କୃଷ୍ଣଚୂଡା, ଅଅଁଳା,ଜାମୁ ଆଦି ଦୁଇ ଶହଟି ଚାରା ରୋପଣ କରାଯାଇଥିଲା । ଏହି ଶିକ୍ଷକ ଗଣ ପ୍ରତିବର୍ଷ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କରି ବୃକ୍ଷ ରୋପଣ ର ମହତ୍ତ୍ଵ ଉପରେ ଜନ ସଚେତନତା ସୃଷ୍ଟି କରି ଆସୁଛନ୍ତି ।