ନୀଳାଚଳ ନିବସାୟ ନିତ୍ୟାୟ ପରମାତ୍ପନେ ବଳଭଦ୍ର ଶୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ ||

IMG-20250706-WA0027
Share

ଜୟ ଜଗନ୍ନାଥ

ଶ୍ରୀ ଶ୍ରୀ ଦଧିବାମନ ଦେବାୟ ନମୋନମଃ

ପବିତ୍ର ବାହୁଡା ଦଶମୀ ଅବସରରେ ବେଗୁନିଆ ଦଧିବାମନ ଦେବଙ୍କ ପୀଠରେ ବାହୁଡା ଯାତ୍ରା ଭକ୍ତି ମୟ ପରିବେଶରେ ସୁଚାରୁରୂପେ ସମ୍ପାଦନ ହୋଇଯାଇଛି

ସକାଳୁ ଠାକୁରଙ୍କ ନିତିକାନ୍ତି ସରିବାପରେ ଠାକୁରଙ୍କୁ ରଥାରୂଢ଼ କରାଯାଇ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ପରେ ଜନକଲ୍ୟାଣ ସଭାପତି ଅକ୍ଷୟ କୁମାର ରଥଙ୍କ ଦ୍ଵାରା ଛେରାପହଁରା କାର୍ଯ କରାଯାଇ ବେଗୁନିଆ ଗ୍ରାମବାସୀ ଏବଂ ଭକ୍ତ ମାନଙ୍କ ଦ୍ଵାରା ରଥଟଣା କାର୍ଯ୍ୟ ସଂପାଦନ କରାଯାଇଥିଲା । ରଥ ମନ୍ଦିରରେ ଲାଗିବା ପରେ ସଂକୀର୍ତ୍ତନ ଏବଂ ଭଜନ କାର୍ଯକ୍ରମ ହୋଇଥିଲା । ବେଗୁନିଆ ଜନକଲ୍ୟଣ ସଭାପତି ତଥା ଶ୍ରିମହାବିର ବଣିକ ସଂଘ ଭୁବନେଶ୍ୱର ୟୁନିଟ 1 ର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ରଥ ଏବଂ ଅନୁଷ୍ଠାନର ଲୋକନାଥ ଜେନା, ରାକେଶ ସାହୁ, ପ୍ରକାଶ ସାହୁ, ଟିକି ପୁଅ, ରମେଶ ସାହୁ, ସୌମ୍ୟରଞ୍ଜନ ସାହୁ, ଅମରେନ୍ଦ୍ର ସାହୁ ଏବଂ ରଥ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରିପୋର୍ଟର ମାନସ ରଞ୍ଜନ କର