ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଘରକୁ ଫେରିଲା ଦାଦନ ଶ୍ରମିକଙ୍କ ମର ଶରୀର,ଶକାକୁଳ ପରିବେଶରେ ହେଲା ଶେଷକୃତ ସମ୍ପନ୍ନ………

ନବରଙ୍ଗପୁର:- (ଏମ୍.ଦୀନା°ଶୁ ଆଚାରୀ) – ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକ କୃଷ୍ଣ ଗୌଡ଼ଙ୍କ ପୁଅ ରମେଶ ଗୌଡ଼ (୨୨) ଏବଂ ହରିଚନ୍ଦ୍ର ଭତ୍ରାଙ୍କ ପୁଅ ଚଇତୁ ଭତ୍ରା(୨୩) ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ ଗତ ସମବାର ଦିନ ୯ ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଆଜି ମର ଶରୀର ନିଜ ଗ୍ରାମକୁ ପରିବାର ଲୋକ ଆଣିଥିଲେ। ଆଜି ଦିନ ପ୍ରାୟ ସାଢ଼େ ତିନି ଘଣ୍ଟା ସମୟରେ ରମେଶଙ୍କ ମର ଶରୀର ପହଞ୍ଚି ଥିବା ବେଳେ ସନ୍ଧ୍ୟା ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଚଇତୁଙ୍କ ମର ଶରୀର ପହଞ୍ଚି ଥିଲା।ଶେଷରେ କୋଦଭଟ୍ଟା ଗ୍ରାମ ଶ୍ୱସାନରେ ଶକାକୁଳ ପରିବେଶରେ ଶେଷକୃତ ସଂପନ୍ନ ହୋଇଥିଲା।କମ୍ପାନୀ ପକ୍ଷରୁ ଶବ ଆଣିବା ପାଇଁ ଆମ୍ବୁଲାନ୍ସ ଯୋଗାଇବା ସହ ଶବ ଦାହ ପାଇଁ ଆର୍ଥିକ ସହାୟତା ଏକ ଲକ୍ଷ ଯୋଗାଇ ଦେଇଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଯେ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରା ସହ ଆଖପାଖ ଗ୍ରାମର କିଛି ଶ୍ରମିକ ମିଶି ଏକ ମାସ ତଳେ ତେଲଙ୍ଗାନା ଔଷଧ କାରଖାନାରେ କାମ କରିବା ପାଇଁ ଯାଇଥିଲେ।ତେବେ କାମ କରିବା ସମୟରେ ସମବାର ଦିନ ୯ ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା।ଘଟଣା ନେଇ ସାଥି ହୋଇ ଯାଇଥିବା ଅନ୍ୟଜଣେ ଶ୍ରମିକ କୃଷ୍ଣ ଗୌଡ଼ଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଖବର ପାଇ ୱାର୍ଡ ସଭ୍ୟ କୁମ ଭତ୍ରା,ଶୁକମନ ଗୌଡ଼,ଚଇତୁ ଭତ୍ରା,ବଳି ଗୌଡ଼ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଗତକାଲି ରାତ୍ର ୧୧ ଘଣ୍ଟା ସମୟରେ ଡି.ଏନ.ଏ. ପରୀକ୍ଷା ପରେ ପରିବାର ଲୋକ ମର ଶରୀର ପ୍ରଦାନ କରାଯାଇଥିଲା।
