April 27, 2026

ଉମରକୋଟ ଠାରେ ଶାନ୍ତି ଶୃଙ୍ଖଳାର ସହ ବାହୁଡା଼ ଯାତ୍ରା ସମ୍ପନ୍ନ………

IMG-20250706-WA0005
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ବ୍ରହ୍ମାଣ୍ଡ ଗୋସାଇଁ । ଜନ୍ମବେଦୀରେ ସରିଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ବାହୁଡା ଯାତ୍ରା, ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ ପରେ ଭାଇଭଉଣୀକୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଫେରିବେ କାଳିଆ ସାଆନ୍ତ। ଲାଗିଛି ଭକ୍ତଙ୍କ ଗହଳି । ପୁଣି ଆସନ୍ତାବର୍ଷ ରଥଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ ଭକ୍ତଙ୍କୁ । ସମସ୍ତ ରୀତିନୀତି ପରମ୍ପରା ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଦିନ ୧୨ ଟା ବେଳେ ୩ ଠାକୁର ପହଣ୍ଡି ବିଜେ କରିଥିଲେ I ପରେ ଉମରକୋଟ ତହସିଲଦାର ମେଘବନ ବାଘ, ମନ୍ଦିରର ରାଜ ପୁରୋହିତ ଗୌର ହରି ମିଶ୍ର ଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଛେରା ପହଁରା କରିଥିଲେ। ପରେ ୩ ଟା ସମୟରେ ରଥ ଟଣା ଆରମ୍ଭ ହେଇଥିଲା ଓ ପ୍ରାୟ ସନ୍ଧ୍ୟା ଛଅ ଟା ସମୟରେ ରଥ ମନ୍ଦିର ପହଁଞ୍ଚି ଯାଇଥିଲେ I ଶୃଙ୍ଖଳିତ ଦର୍ଶନ ପୋଲିସ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ବାହୁଡ଼ା ବେଳେ ମାଉସୀ ମାଁ ହାତରୁ ପୋଡ଼ପିଠା ଖାଇଲେ ବିଶ୍ବନିୟନ୍ତା । ପାଗ ଭଲ ହୋଇଥିବାରୁ ବାହୁଡା଼ ଯାତ୍ରାରେ ପ୍ରାୟ ୧୦ ହଜାର ଭକ୍ତଙ୍କ ସମାଗମ ହେଇଥିଲାI ରଥ ଟଣା ସମୟରେ ପୂର୍ବତନ ନଗରପାଳ ଝାଡ଼େଶ୍ୱର ମହାନ୍ତି, କାଉନ୍ସିଲର ତପନ ଦେବନାଥ, ମୁନା ପାଢ଼ୀ ରାମ ନାୟକ, ସଞ୍ଜୀବ ସୁବୁଦ୍ଧି ସମେତ ଦେବୋତ୍ତର କମିଟି ସଦସ୍ୟ ମାନେ ଓ ସହରର ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I