ଉମରକୋଟ ଠାରେ ଉମରା ତୀର୍ଥ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା………
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରୁ ଉମରା ତୀର୍ଥ ଯାତ୍ରା ନିମନ୍ତେ ଗସ୍ତ କରୁଥିବା ତୀର୍ଥ ଯାତ୍ରୀଙ୍କୁ ଉମରକୋଟ ଜାମା ମସଜିଦ ଠାରେ ଆଜି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଚଳିତ ବର୍ଷ ଉମରକୋଟ ମସଜିଦର ଇମାମ ମୌଲାନା ନଜିମ ଅହମଦଙ୍କ ନେତୃତ୍ୱରେ ୩୦ଜଣ ପୁରୁଷ ଓ ମହିଳା ତୀର୍ଥ ନିମନ୍ତେ ମକ୍କା ଏବଂ ମଦିନା ଯାତ୍ରା କରିଛନ୍ତି । ଆଜି ଏହି ଅବସରରେ ଉମରକୋଟ ମସଜିଦ୍ ପରିସରରେ ମସଜିଦ୍ କମିଟି ସଭାପତି ହାଜି ସଲିମ ରାଠୋରଙ୍କ ପୌରାହିତ୍ୟ ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ଅବସର ରେ ଉମରା ଯାତ୍ରା କରୁଥିବା ତୀର୍ଥ ଯାତ୍ରୀଙ୍କ ଯାତ୍ରା ସୁଗମ ହେଉ ବୋଲି ଉପସ୍ଥିତ ସମସ୍ତ ମୁସଲମାନ ଭାଇ ମାନେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏମାନେ ୧୫ ଦିନ ମଦିନା ଏବଂ ମକ୍କା ଠାରେ ରହିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମସଜିଦ କମିଟି ସମ୍ପାଦକ ଅଲ୍ଲୀ ଲାଠିଆ, ଉପ ସଭାପତି ଶେଖ ସାହେଜାଦା, ଶେଖ ଅନିସ ଇଶା ଲାଠିଆ ,ଖାଲିଦ ଜିଲାନି ,ହାଜି ଗୁଲାମ, ହନିଫ ହିଙ୍ଗୋରା ,ଇବ୍ରାହିମ ରାଠୋର ପ୍ରମୂଖ ଉପସ୍ଥିତ ଥିଲେ ।
