March 1, 2025

ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଙ୍କ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ

Share

ପାରଳାଖେମୁଣ୍ଡି:୬/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ “ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା ” ମୁଖ୍ୟ ବିଷୟ ଉପରେ ଆଧାରିତ ପ୍ରକଳ୍ପ ଉପସ୍ଥାପନା ପ୍ରତିଯୋଗିତା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେଏହିକାର୍ଯ୍ୟକ୍ରମଆୟୋଜନ କରାଯାଇଛି ଛାତ୍ରଛାତ୍ରୀ ଙ୍କ ମଧ୍ୟରେବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରି ବିଜ୍ଞାନ ପ୍ରତି ଆକୃଷ୍ଟ କରି ଗବେଷଣା, ତଥ୍ୟ ସଂଗ୍ରହ କରି ବିଶ୍ଲେଷଣ କରିବା ଦ୍ୱାରା ଏକ ସିଦ୍ଧାନ୍ତ ରେ ଉପନୀତ ହୋଇ ଏହାର ପ୍ରୟୋଗ କରିବା ଏହି ପ୍ରତିଯୋଗିତା ର ମୁଖ୍ୟ ଉଦ୍ଧେଶ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ ଏହାର ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର ପ୍ରତିଯୋଗିତା ର ଉଦେଶ୍ୟ ଜ୍ଞାପନ କରିଥିଲେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯାଜପୁରର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସ୍ମାତିକ କୁମାର ପଟନାୟକ ଓ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀ ବିଚାରକ ଭାବେ ଯୋଗ ଦେଇଥିଲେ | ଏହି ପ୍ରତିଯୋଗିତା ରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ମୋଟ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | |ସେମାନଙ୍କ ମଧ୍ୟରେ ବି.ଏମ. ଉଚ୍ଚ ବିଦ୍ୟାଳୟ, ଖାରଡ଼ା ର ଛାତ୍ରୀ ଏ. ଗୌତମୀ, କେ. ସୀତାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନିତା କୁମାରୀ ଓ କୋରଡ଼ା ସିଂ ଉନ୍ନୀତ ଉଚ୍ଚ ବିଧ୍ୟାଳୟ ର ଅନିରୁଦ୍ଧ ଶବର ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି | ଠିକ ସେହିପରି ଜୁନିଅର ବିଜ୍ଞାନ ଓ ଗଣିତ ଓଳିମ୍ପିୟଡ଼ ରେ ୩୬ ଜଣ ଅଂଶ ଗ୍ରହଣକରି ଥିଲେ ସେମାନଙ୍କ ମଧ୍ୟରୁ କୁମାରୀ ଶିବଞ୍ଜଳି, ମିନତୀ ପ୍ରଧାନ ଓ ଏରସନ ଗମାଙ୍ଗ ପୁରସ୍କୃତ ହୋଇଛନ୍ତି ! ଏହି ସମସ୍ତ କାର୍ଯ୍ୟକ୍ରମ କୁ ନିମାନୀ ଜଗଦିଶ, ସୁରଜିତ ନାୟକ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ |