November 16, 2024
Share

*ଖବର ଆଜିର*
ତାରିଖ ୦୬/୦୫/୨୦୨୩ ଶନିବାର ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ ଘୋଷଣା, କରୋନା ଆଉ ବିଶ୍ୱ ମହାମାରୀ ନୁହେଁ ।

ଛାଡିବେନି ଗାଦି; ଇସ୍ତଫା ପତ୍ର ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ ।

ମଣିପୁରରେ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ, ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା ।

ସୁଦାନରୁ ଫେରିଲେ ୩୮୦୦ ଭାରତୀୟ: ଦୂତାବାସ ସୂଚନା ଆଉ ଫେରିବାକୁ ନାହାନ୍ତି କେହି ଭାରତୀୟ।

ସମୁଦ୍ର ମୁହାଁ କୋଟି କୋଟି କଇଁଛ ଛୁଆ। ଗହୀରମଥାରେ ଗତ ଫେବୃଆରୀରେ ସାମୂହିକ ଅଣ୍ଡାଦାନ କରିଥିଲେ ମା’ କଇଁଛ। ।

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, WTC ଫାଇନାଲ୍‌ରୁ ବାଦ୍ ପଡ଼ିଲେ ରାହୁଲ, ଆଇପିଏଲ୍ ୨୦୨୩ରୁ ବି ଆଉଟ୍ ।

ଜେଟ୍‌ ଏୟାରେଓ୍ଵଜ୍‌ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର ଏବଂ ଏୟାରଲାଇନ୍‌ସର ପୁରୁଣା କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି।

ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ‘ଦି କେରଳ ଷ୍ଟୋରୀ’, କହିଲେ କେରଳରେ ଚାଲିଛି ଶବ୍ଦ ବିହୀନ ଆତଙ୍କବାଦ, କଂଗ୍ରେସ ଦେଉଛି ସାଥ୍ ।

ଶ୍ରୀମନ୍ଦିର ପ୍ରଶାସକ ରଂଜନ ଦାସଙ୍କ ନାଁରେ ଦୁଇ ଶହ କୋଟି ଦୁର୍ନୀତି ଅଭିଯୋଗ। କାର୍ଯ୍ୟାନୁଷ୍ଠାନ ଦାବି କଲେ ସୂଚନା ଅଧିକାରୀ କର୍ମୀ।

ଶ୍ରୀଲଙ୍କା ଟିମ୍‌କୁ ଆକ୍ରମଣ କରିଥିବା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ନିହତ; ମୁଣ୍ଡ ପାଇଁ ଥିଲା ୧୦ କୋଟିର ପୁରସ୍କାର ।

ଭୁବନେଶ୍ୱରରେ କନେସନଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ରମାଦେବୀ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷରିତ ।

ଏସସିଓ ବୈଠକରେ ପାକିସ୍ତାନ ଉପରେ ବର୍ଷିଲା ଭାରତ, ଆତଙ୍କବାଦ ପ୍ରସଙ୍ଗ ଉଠାଇ ସ୍ପଷ୍ଟ କଲା ନିଜର ଆଭିମୁଖ୍ୟ ।

ପୁଣି ଅଶାନ୍ତ କଶ୍ମୀର, ଆତଙ୍କବାଦୀ ଓ ସେନା ମୁହାଁମୁହିଁରେ ୫ଜଣ ଯବାନ ସହିଦ ।

ଚାର୍ଲସ୍‌-୩ୟଙ୍କ ରାଜ୍ୟାଭିଷେକରେ ଯୋଗ ଦେବାକୁ ସପତ୍ନୀକ ଲଣ୍ଡନରେ ପହଞ୍ଚିଲେ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ଼ ।

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ଦ୍ୱିତୀୟ ଦିନରେ ମହାମହିମ ଶିମିଳିପାଳ ପରିଦର୍ଶନ କଲେ : ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ସବୁଠି ଭିଡ।

ମାଲକାନଗିରିରେ ‘ପୁଷ୍ପା-୨’ର ନିର୍ଦେଶକଙ୍କ ସହ ୨୦ ଜଣିଆ ଦଳ, ଖୁବ୍‌ଶୀଘ୍ର ଆରମ୍ଭ ହେବ ଶୁଟିଂ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସାଙ୍ଗିଆ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ବିଚାରପତି ହରୀଶ ହସମୁଖ ବର୍ମାଙ୍କ ସମେତ ୬୮ ଜଣଙ୍କ ବିଚାରପତିଙ୍କୁ ଗୁଜରାଟ ହାଇକୋର୍ଟ ପଦୋନ୍ନତି ଦେଇଛନ୍ତି। ଏହି ପଦୋନ୍ନତିକୁ ଦୁଇଜଣ ବରିଷ୍ଠ ବିଚାରପତି ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି।

୯୦୩ ପ୍ରାଣୀ ଚିକିତ୍ସକଙ୍କ ଇସ୍ତଫା, ପଦୋନ୍ନତି ନୀତିକୁ ବିରୋଧ କରି ଚରମ ପଦକ୍ଷେପ ।

ଲୋକସେବା ଭବନରେ ଜାଲ୍‌ ପାସ୍‌: ନକଲି ସମବାୟ ଅଧିକାରୀ ସମେତ ଆଇଟି‌ ପ୍ରୋଗ୍ରାମର୍‌ ଗିରଫ।

କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ, ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ ।

ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ର ଲୋଗୋ ଏବଂ ଜର୍ସି ।

ତିହାଡ଼ ଜେଲରେ ଟିଲ୍ଲୁ ତାଜପୁରିଆ ହତ୍ୟା ଘଟଣା; ଜଣେ ଅଧିକାରୀଙ୍କ ସମେତ ୭ଜଣ ଜେଲ୍ କର୍ମଚାରୀ ନିଲମ୍ବିତ ।

OPTCL-BSNL-OCAC ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ: ରାଜ୍ୟର ଗ୍ରାମପଞ୍ଚାୟତରେ ପହଞ୍ଚିବ ହାଇ ସ୍ପିଡ୍ ଇଣ୍ଟରନେଟ ସେବା।

ସୁପ୍ରଭାତ ,ଶୁଭ ସକାଳ ।