April 29, 2026

ଉମରକୋଟ ଡାକ୍ତର ଙ୍କ ବଦଳିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ …….

IMG-20260406-WA0029
Share

 

 

ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲାର ଉମରକୋଟରୁ ଜଣେ ଅଭିଜ୍ଞ ଡକ୍ଟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୁମନ୍ତ କୁମାର ରାଉଳ ଙ୍କ ବଦଳି ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଏକ ପ୍ରକାର ଅସନ୍ତୋଷ ସୃଷ୍ଟି ହୋଇଛି।ଡକ୍ଟର ରାଉଳ ଦୀର୍ଘଦିନ ଧରି ଉମରକୋଟ ଓ ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ମାତୃତ୍ୱ ଏବଂ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ।ବର୍ଷ ବର୍ଷ ଧରି ସେ ଅନେକ ରୋଗୀଙ୍କ ସେବା କରିଛନ୍ତି।ଗର୍ଭବତୀ ମହିଳାଙ୍କ ନିରାପଦ ପ୍ରସବ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି ଓ ପରିବାର ଲୋକଙ୍କୁ ସାହସ ଯୋଗାଇଥାନ୍ତି।ରାଜ୍ୟର ଉପାନ୍ତ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ବିଶେଷଜ୍ଞ ଡକ୍ଟର ଆସିବା ଓ ଯିବାରେ ରେକର୍ଡ ରହିଛି।ଯେ କୌଣସି ବିଶେଷଜ୍ଞ ଡକ୍ଟର ଆସିବା ପରେ ଯିବା ପାଇଁ ଦିନ ଗଣୁଥାନ୍ତି। ସୁବିଧା ସୁଯୋଗ ଦେଖି ସେମାନେ ଏଠାରୁ ଚାଲି ଯାଇଥିବା କଥା ସମସ୍ତେ ଭଲ ଭାବେ ଜାଣିଛନ୍ତି। ଏହି ଭଳି ପରିସ୍ଥିତିରେ ଉପାନ୍ତ ଅଞ୍ଚଳରୁ ଜଣେ ଅଭିଜ୍ଞ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟରଙ୍କୁ ଏଠାରୁ ବଦଳି କରି ଦିଆଯିବା କେତେଦୂର ଯୁକ୍ତି ଯୁକ୍ତ ତାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ଡକ୍ଟର ରାଉଳ ଙ୍କ ଉପସ୍ଥିତି ହିଁ ରୋଗୀ ଓ ପରିବାର ପରିଜନଙ୍କ ସାହାସ ଯୋଗାଇଥାଏ।ଅନ୍ୟ ପଟେ ଜିଲ୍ଲାରେ ସ୍ଥାୟୀ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼କ୍ଟର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଉମରକୋଟ ଓ ପାପଡାହାଣ୍ଡି ଠାରେ ଜଣେ ଲେଖାଏଁ ରହିଛନ୍ତି।ଏହି ଭଳି ପରିସ୍ଥିତିରେ ଡକ୍ଟର ରାଉଳ ଙ୍କୁ ବଦଳି କରାଗଲେ ଜିଲ୍ଲାରେ ଦୁଇଜଣ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟର ରହିବେ ଫଳରେ ଜିଲ୍ଲାରେ ରହୁଥିବା ଲକ୍ଷାଧିକ ଲୋକେ କିପରି ସେବା ପାଇପାରିବେ।ଜିଲ୍ଲାରେ ଡକ୍ଟରଙ୍କ ଅଭାବ ରହିଥିବା ବେଳେ ଡକ୍ଟରଙ୍କ ବଦଳି କେତେ ଯୁକ୍ତି ଯୁକ୍ତ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।ତେଣୁ ସରକାର ବା ସ୍ଥାନୀୟ ମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଡକ୍ଟରଙ୍କ ବଦଳିକୁ ବାତିଲ କରିବା ସହ ଜିଲ୍ଲାର ଯେ କୌଣସି ଚିକିତ୍ସାଳୟରେ ଡକ୍ଟର ରାଉଳଙ୍କୁ ଅବସ୍ଥାପିତ କରାଗଲେ ରୋଗୀ ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।ଉମରକୋଟ ଭଳି ଉପାନ୍ତ ଅଞ୍ଚଳରେ ଜଣେ ବିଶେଷଜ୍ଞ ୨୪×୭ ସେବା ଯୋଗାଇ ଲୋକଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି।କିନ୍ତୁ କିଛି କୁଚକ୍ରୀ ଗୋଷ୍ଠୀ ଡକ୍ଟରଙ୍କ ଲୋକ ପ୍ରିୟତାକୁ ସହ୍ୟ କରିନପାରି ଏହିଭଳି ଷଢଯନ୍ତ୍ର କରିଥାଇ ପାରନ୍ତି ବୋଲି ଲୋକେ ଆଲୋଚନା କରୁଛନ୍ତି।ଯଦି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ବଦଳିକୁ ବାତିଲ କରାନଯାଏ ତାହେଲେ ଗର୍ଭବତୀ ମହିଳାଙ୍କ ସହ ପରିବାର ପରିଜନ ମାନେ ଅନେକ ସମସ୍ୟା ଭୋଗିବା ସହ ଖର୍ଚ୍ଚାନ୍ତ ହୋଇ ଜିଲ୍ଲା ଚିକିତ୍ସାଳୟ ବା ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ ବୋଲି ଅନୁମାନ କରାଯାଉଛି।ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡକ୍ଟରଙ୍କ ବଦଳିକୁ ବାତିଲ କରିବା ସହ ଏହି ନିର୍ଦ୍ଦେଶକୁ ପୁନର୍ବିଚାର କରାଯାଉ ବୋଲି ସାଧାରଣରେ ଦାବୀ ଜୋର ଧରିଛି।

You may have missed