April 24, 2026

ବାଟିବେଡା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ……….

IMG-20260406-WA0000
Share

 

 

ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ)ଉମରକୋଟ ବ୍ଳକ ଭାମିନି ପଞ୍ଚାୟତ ଅନ୍ତର୍ଗତ ବାଟିବେଡା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉତ୍ସାହ ଓ ଆଡମ୍ବରର ସହ ପାଳିତ ହୋଇଯାଇଛି।ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରବିସିଂ ମାଝିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।ଯାହା ଅଞ୍ଚଳରେ ଗର୍ବ ଓ ପ୍ରେରଣାର ପରିବେଶ ସୃଷ୍ଟି କରିଥିଲା।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ କୃଷ୍ଣ ସାହୁ,ସମିତି ସଭ୍ୟା ଚମ୍ପାବତି ମାଝି,ସରପଞ୍ଚ ମାଳତି ମାଝି,ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦନ ରାୟ,ବିଧାୟକ ପ୍ରତିନିଧି ସୋନା ମାଝି,ସିଆରସିସି ଅଜିତ ଚନ୍ଦ୍ର ବିଶ୍ବାସ,ପରିଚାଳନା କମିଟି ସଭାପତି ପଞ୍ଚୁରାମ ପୂଜାରୀ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମୀ ରବିସିଂ ମାଝିଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ସ୍ଵର୍ଗତ ରବିସିଂ ମାଝିଙ୍କ ବଡ଼ଝିଅ ଭାରତୀ ନାୟକ,ନାତି କରୁଣା ମାଝି ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।ପ୍ରଧାନ ଶିକ୍ଷକ ଫ୍ରାମସିସ ନାଗ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ନିଜ ଅଭିଭାଷଣରେ ବିଦ୍ୟାଳୟର ଶିକ୍ଷାଗତ ସଫଳତା ଛାତ୍ରଛାତ୍ରୀ ମାନଙ୍କ ସମଗ୍ର ବିକାଶ ପାଇଁ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଥିବା

ମତ ବ୍ୟକ୍ତ କରିଥିଲେ।ପରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ,ସଙ୍ଗୀତ ପ୍ରଦର୍ଶନ କରିଥିଲେ। ଏହାକୁ ସ୍ଥାନୀୟ ସମସ୍ତ ଦର୍ଶକ ଉପଭୋଗ କରିଥିଲେ।

You may have missed