କୁଜଙ୍ଗ ଓକିଲ ସଂଘର ଶପଥ ଗ୍ରହଣ ଉତ୍ସବ…

uio
Share

                     କୁଜଙ୍ଗ ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣ ପରେ ଗତ କାଲି ଓକିଲ ସଂଘ ସଭାଗୃହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବାର୍ କାଉନସିଲର ନିର୍ଦ୍ଦେଶ କ୍ରମେ ସଂଘର ନିର୍ବାଚନ ଅଧିକାରି ଆଇନଜୀବି ଭାଗିରଥି ମହାପାତ୍ର ସଭାପତିତ୍ବରେ କୁଜଙ୍ଗର ଏଡିଜେ ପାର୍ଥସାରଥୀ ପଟ୍ଟନାୟକ ମୁଖ୍ୟଅତିଥି ଯୋଗଦେଇ ଥିଲେ। ଅନ୍ୟ ଅତିଥି ଭାବେ କୁଜଙ୍ଗ ସବଜଜ୍ ଚିନ୍ମୟୀ ପଣ୍ଡା, ମୁନ୍ ସିଫ୍ ଅନୁରାଧା ଶର୍ମା, ଜେଏମ୍ ଏଫସି ବିଭୂତି ଭୂଷଣ ନାୟକ, ରାଜ୍ୟ ବାର୍ କାଉନସିଲ ସଦସ୍ୟ ଦିନେଶ ରାୟ ଯୋଗ ଦେଇଥିଲେ। ଅତିଥିଙ୍କ ଉପସ୍ଥିତିରେ ସଂଗଠନ ର ସଭାପତି ରୂପେ ଆଇନଜୀବି ସୁଶାନ୍ତ ପଟ୍ଟନାୟକ, ସମ୍ପାଦକ ଅନ୍ତର୍ଯ୍ୟାମୀ ନାରାୟଣ ଦାସ ଯାଦବ, ଉପସଭାପତି ନୃସିଂହ ଚରଣ ପ୍ରଧାନ, ଯୁଗ୍ମ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ବ୍ରଜକିଶୋର ରାଉତ, ପାଠାଗାର ସମ୍ପାଦକ ପ୍ରଣୟ ପରିଜା, କୋଷାଧ୍ୟକ୍ଷ ପବିତ୍ର ନାୟକ,ଓ କାର୍ଯ୍ୟକାରୀ କମିଟି ସଭ୍ୟ ସଭ୍ୟା ପ୍ରମୁଖଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ରାଜ୍ଯ ବାର୍ କାଉନସିଲ ସଦସ୍ୟ ଶ୍ରୀ ରାୟଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରଯାଇଥିଲା ବେଳେ ଅମ୍ବୃତ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଆଗାମୀ ଦିନ ମନଙ୍କରେ କୋର୍ଟ ର ବାକି ରହିଯାଇଥିବା କାମ କିଭଳି ସମ୍ପୁର୍ଣ୍ଣ କରାଯିବ ବୋଲି ସଭାପତି ସୁଶାନ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed