November 23, 2024

ରାୟଗଡା ରାଜନୀତି ରେ ହଟଚମଟ ଭାସ୍କର ଙ୍କୁ ଜିଲ୍ଲା ସଭାପତି ଓ ସୁଧୀର ଙ୍କୁ ରାଜ୍ୟ ସମ୍ପାଦକ ଶିବ ପ୍ରସାଦ ଗୌଡ଼ ଯିବେ କୁଆଡେ ?

Share

 

ଗୁଣୁପୁର,-ରାୟଗଡ଼ା ଜିଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି। ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାସ ନିଜ ସଭାପତି ପଦବୀ ରୁ ୨ଦିନ ତଳେ ଇସ୍ତଫା ଦେଇଥିବା ସୁଚନା ମିଳିଛି। ସୁଧିର କୁମାର ଦାସ କାହିଁକି ନିଜ ପଦବୀ ରୁ ଇସ୍ତଫା ଦେଇଛନ୍ତି ସଠିକ ସୂଚନା ମିଳିନଥିବା ବେଳେ ଗତ ଦୁଇ ଦିନ ହେଲା ଜିଲ୍ଲା ର ରାସ୍ତା ଘାଟ ରେ ସୁଧିର ଙ୍କ ଇସ୍ତଫା କୁ ନେଇ ଆଲୋଚନା ଜୋର ଧରିଛି । ବିଜେଡି ଦଳ ତରଫରୁ ଏନ୍ ଭାସ୍କର ରାଓ ଙ୍କୁ ଆଜି ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ପଦମିଳିଛି। ସେହିଭଳି କାଶିପୁର କୃଷ୍ଣ ମହାପାତ୍ର ଙ୍କୁ ନିର୍ବାଚନ ଦାୟିତ୍ଵ ଦିଆଯାଇଛି। ସୁଧୀର କୁମାର ଦାସ ଙ୍କୁ ରାଜ୍ୟ ଜେନେରାଲ ସେକ୍ରେଟାରୀ ଏବଂ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ଗୁରୁ ଦାୟିତ୍ଵ ଦେଇଥିବା ବିଜେଡି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିବୃତି ପ୍ରଦାନ କରିଛନ୍ତି । ଏପଟେ ସୁଧିର ଙ୍କ ଜିଲ୍ଲା ସଭାପତି ପଦରୁ ଇସ୍ତପା ଶୁଣିବା ପରେ ଆଜି ଜିଲ୍ଲା ର ଅନେକ ପଦ ପଦବୀ ରେ ଥିବା ନେତୃ ମଣ୍ଡଳୀ ,ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ ଅଧ୍ୟକ୍ଷା ,ଅଧ୍ୟକ୍ଷ ,କାଉନସିଲର,ଅନେକ ସମିତି ମେମ୍ବର ମାନେ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଭୁବନେଶ୍ବରରେ ଡେରା ପକାଇଥିବା ସୂଚନା ମିଳିଛି । ୨୪ଘଣ୍ଟା ଭିତରେ ରାଜ୍ୟ ନେତୃ ମଣ୍ଡଳୀ ଏହାର ସମାଧାନ ନ କରନ୍ତି ଆସନ୍ତା ସୋମବାର ରାୟଗଡ଼ା ଜିଲ୍ଲା ରେ ୧୦ହଜାର କର୍ମୀ ଙ୍କ ସହ ଟିକଟ ପାଇଥିବା ବିଧାନସଭା ପ୍ରାର୍ଥୀ ୩ଜଣ ନିଜ ଟିକଟ ଫେରାଇବେ ବୋଲି ବିଶେଷ ସୁତ୍ର ରୁ ଜଣାପଡିଛି। ତିନି ପ୍ରାର୍ଥୀ ଜଗନ୍ନାଥ ସାରକା,ରଘୁନାଥ ଗମାଙ୍ଗ, ଅନୁଷୟା ମାଝୀ ଲିଖିତ ଭାବରେ ରାଜ୍ୟ ନେତା ଙ୍କୁ ଯାଇ ଫେରାଦ ହୋଇଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ଭାସ୍କର ରାଓ ଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିବାପରେ ଗୁଣୁପୁର ବିଜେଡ଼ି ରୁ ବହିଷ୍କୃତ ହୋଇଥିବା ବିଦ୍ରୋହୀ ନେତା ଶିବ ପ୍ରସାଦ ଗୌଡ଼ ଙ୍କୁ ବିଜେଡି ରେ ସାମିଲ କରିବା ପାଇଁ ବାଟ ଫିଟିଲା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଶିବ ପ୍ରସାଦ ଗୌଡ଼ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ଙ୍କୁ ଖୋଲା ସମର୍ଥନ କରୁଥିବା ଓ ସାହାଯ୍ୟ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିବା, ସତ୍ୟଜିତ ଶ୍ରୀ ଗୌଡ଼ଙ୍କ ଭରସାରେ ଥିବା ଗଳିକନ୍ଦି ରେ ଆଲୋଚନା ହେଉଛି । ବର୍ତ୍ତମାନ ଶ୍ରୀ ଗୌଡ଼ କୁଆଡେ ଯିବେ ? ସତ୍ୟଜିତ ଙ୍କୁ ସମର୍ଥନ କଲେ ଭାସ୍କର ବିଜେଡି କୁ ନେବେ ତ ? ଯଦି ବିଜେଡି କୁ ଗଲେ ସତ୍ୟଜିତ ଙ୍କୁ ଦେଇଥିବା ଭରସା କଣ ପାଣିରେ ମିଳେଇ ଯିବ ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।(ସୁରେନ୍ଦ୍ର ମହାନ୍ତି )