May 10, 2026

ଉମରକୋଟ ବ୍ଲକ ଅଧିନସ୍ଥ ବେହେରା ପଞ୍ଚାୟତ ରେ “ଜିମି ଧାରିଣୀ” ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ୫୦୦୦ ଭକ୍ତ ସାମିଲ୍………

IMG-20250429-WA0066
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ର ବେହେଡା ପଞ୍ଚାୟତ ରେ “ଜିମି ଧାରିଣୀ “ଠାକୁରାଣୀ ମନ୍ଦିର ଆଜି ପ୍ରତିଷ୍ଠା ସୁଭକାର୍ଯ୍ୟ ଆରମ୍ଭ ହୋଇ ଯାଇଛି ।ନିକଟସ୍ଥ ନଦୀ ରୁ ଗ୍ରାମ ର ଶତାଧିକ ମହିଳା କଳସ ରେ ପାଣି ଆଣି ନବନିର୍ମିତ ମନ୍ଦିର ପହଞ୍ଚି ଥିଲେ ।ଏହି କାର୍ଯ୍ୟକ୍ରମ ରେ ୫୦୦୦ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ଥିଲେ ।ପ୍ରତିଷ୍ଠା ଉତ୍ସବ ୩ଦିନ ଧରି ଚାଲିବ ।ଆସନ୍ତା ଅକ୍ଷୟ ତୃତୀୟା ରେ” ଜୀମି ଧରଣୀ” ମା ଙ୍କ ମୂର୍ତ୍ତି ହମ ଯଜ୍ଞ କରି ମନ୍ଦିର ରେ ସ୍ଥାପନ କରାଯିବ ବୋଲି ବିର୍ ନାଥ ଭତ୍ରା କହିଛନ୍ତି ।ଏହି ପ୍ରତିଷ୍ଠା ଉତ୍ସବ ରେ ମନ୍ଦିର କମିଟି ର ସଭାପତି ବୀର୍ ନାଥ ଭତରା ,ସମ୍ପାଦକ ସୁକୁନାଥ ଗୋଣ୍ତ ,ସରପଞ୍ଚ ପ୍ରମିଳା ଗଣ୍ଡ,ସମିତି ଜୟମଣି ଗଣ୍ଡ, ବୃନ୍ଦା ପୂଜାରୀ, ଲଚ ପୂଜାରୀ,ଯୁଗ ସାଇ ଭତରା, ରତି ରାମ ଗଣ୍ଡ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ।