April 26, 2026
ytuyu
Share

*ଖବର ଆଜିର*

ତାରିଖ ୦୬/୦୩/୨୦୨୩ ସୋମବାର ।

 

ଅନୁଗୁଳ ସଦର ଥାନା ଆମ୍ବପାଳ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ୍‌ ଦେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି।

 

ଅତି ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ୍ ସେବନ କରନ୍ତୁ ନାହିଁ : ଆଇଏମଏ ।

 

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲା ଗସ୍ତ : ବିଜୁ ଏକ୍ସପ୍ରେସ ୱେ ଲୋକାର୍ପିତ ।

 

ସ୍ବଦେଶୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ, ଆତ୍ମନିର୍ଭର ଭାରତ ଦିଗରେ ସେନାର ଆଉ ଏକ ପଦକ୍ଷେପ ।

 

ବିଦେଶ ମାଟିରେ ମୁଁ ନୁହେଁ ପ୍ରଧାନମନ୍ତ୍ରୀ ଭାରତକୁ ଅପମାନିତ କରିଛନ୍ତି: ରାହୁଲ ଗାନ୍ଧି ।

 

ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି, ଆବଶ୍ୟକ ପଡିଲେ ପୁରୁଷ ବନ୍ଧୁଙ୍କ କରାଯିବ ନାର୍କୋ ଟେଷ୍ଟ: ଏସପି ।

 

ଇମ୍ରାନ ଖାନଙ୍କ ଉପରେ ଗିରଫଦାରୀ ସଙ୍କଟ! ଯେକୌଣସି ମୂହୁର୍ତ୍ତରେ ହୋଇପାରନ୍ତି ଗିରଫ ।

 

‘ଖୁସିର ଲୁହ’ ସହିତ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କର ଟେନିସ୍ ଯାତ୍ରା ଶେଷ କରିଛନ୍ତି। ଦିନେ ଯେଉଁଠାରେ ସେ ନିଜର ଖେଳ ଆରମ୍ଭ କରିଥିଲେ ରବିବାର ଦିନ ସେହି ସ୍ଥାନରେ ଖେଳି ତାଙ୍କର ଟେନିସ୍ କ୍ୟାରିଅର ଶେଷ କରିଥିଲେ।

 

ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା: ୩୧ଜଣଙ୍କୁ ପଚରାଉଚୁରା, ଢାବାମାଲିକଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ।

 

ଅତ୍ୟଧିକ ସୁଧହାର ଓ ତେଲମୂଲ୍ୟ ବୃଦ୍ଧି କରି ଗରିବ ଦେଶଗୁଡ଼ିକର ତଣ୍ଟି ଚିପୁଛନ୍ତି ଧନୀ ଦେଶ: ଜାତିସଂଘ ମୁଖ୍ୟ

 

ନିମ୍ନ ଅଭିବୃଦ୍ଧିକୁ ନେଇ ରାଜନଙ୍କ ଚିନ୍ତା, ୧୯୫୦-୮୦ ସମୟର ସ୍ଥିତି ଫେରିପାରେ

 

ମୁଁ କ୍ଷମତାକୁ ଫେରିଲେ ତୃତୀୟ ବିଶ୍ୱଯୁଦ୍ଧ ହେବନାହିଁ, ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବି: ଟ୍ରମ୍ଫ ।

 

ରେଳବାଇ ସୃଷ୍ଟି କଲା ନୂଆ ରେକର୍ଡ: ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ଠାରୁ ଆଦାୟ କଲା ୫୧.୮୩ କୋଟି ଜୋରିମାନା ।

 

କର୍ମଚାରୀ ଛଟେଇ କଲା Airbnb Inc କମ୍ପାନୀ; ନିଯୁକ୍ତି ଦାତା ଟିମ୍‌ରୁ ୩୦% କର୍ମଚାରୀ ବିଦା ।

 

ରୁଷରୁ ରେକର୍ଡ ସ୍ତରରେ ଅଶୋଧିତ ତେଲ କିଣିଲା ଭାରତ, ଫେବ୍ରୁଆରୀରେ ପ୍ରତିଦିନ ଆମଦାନୀ ୧୬ ଲକ୍ଷ ବ୍ୟାରେଲ ।

 

KYC ଅପଡେଟ୍ ନାଁରେ ଠକେଇ, ଅଭିନେତ୍ରୀଙ୍କ ସମେତ ୪୦ ଜଣଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ।

 

ସିବିଆଇ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି: ଆପ୍ ।

ସୁପ୍ରଭାତ ,ଶୁଭ ସକାଳ ।