ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ…
ଢେଙ୍କାନାଳ ( ଦେବାଶିଷ ଦାଶ )
ହିନ୍ଦୋଳ ବ୍ଳକର ବିଭିନ୍ନ ମହାବିଦ୍ୟାଳୟରେ ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ହିନ୍ଦୋଳ ରିଜିଓନାଲ କଲେଜ, ଦ୍ଵିତୀୟ ଦିନରେ ଜନତା ମହାବିଦ୍ୟାଳୟ ସାତମାଇଲ, ତୃତୀୟ ଦିନରେ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରୀଆକଟା ହେବା ପରେ ଆଜି ଚତୁର୍ଥ ଦିନରେ ରାସୋଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଳକ ସଂଯୋଜକ ଜ୍ଞାନରଞ୍ଜନ ନାଠିଙ୍କ ସହିତ ଆଶିଷ ଶତପଥୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ସମ୍ପାଦନ ହୋଇଯାଇଛି।
ବିଶ୍ଵର ସବୁଠାରୁ ବଡ଼ ଗାଣତାନ୍ତ୍ରିକ ଦେଶ ଭାରତରେ ବାରମ୍ବାର ନିର୍ବାଚନ ପ୍ରକ୍ରିୟା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି।ଏହା ବଦଳରେ ଗୋଟିଏ ନିର୍ବାଚନ କରାଯିବା ଭଳି ସଂସ୍କାର ଅଣାଯିବା ନେଇ ମତ ପ୍ରକାଶ ପାଇଥିଲା,ଏହା ଦ୍ଵାରା ଦେଶ ଶକ୍ତିଶାଳୀ, ସ୍ଥିର ଓ ସମୃଦ୍ଧ ହୋଇପାରିବ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ତୋଳି ଗଢିବାରେ ଯୁବପିଢିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାକୁ ବହୁଳ ଭାବରେ ସମର୍ଥନ ଜଣାଇଥିଲେ।
