April 27, 2026

ଭଞ୍ଜନଗର ଏସଜିପି ହାଇସ୍କୁଲ ରେ ବାର୍ଷିକ ଉତ୍ସବ

IMG-20260206-WA0040
Share

 

 

ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ନାୟକ। ମୂଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ପ୍ରାକ୍ତନ ଅଧ୍ୟାପକ ଶ୍ରୀ ସୁଦର୍ଶନ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଦିଗାମ୍ବର ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ପ୍ରଭାସିନୀ ତ୍ରିପାଠୀ, ପ୍ରାକ୍ତନ ସଂସ୍କୃତ ଶିକ୍ଷକ ଶ୍ରୀ ବାସୁଦେବ ମିଶ୍ର, ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ, ପ୍ରାକ୍ତନ ଶିକ୍ଷୟିତ୍ରୀ ଶ୍ରୀ ମତୀ କନକପ୍ରଭା ରଥ, ପୂର୍ବତନ ସିଆରସିସି ଶ୍ରୀ ବୃନ୍ଦାବନ ସେଠୀ, ପୂର୍ବତନ ସିଆରସିସି ତଥା ପ୍ରକୃତି ବନ୍ଧୁ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ପଞ୍ଚାନନ ବେହେରା। ମଞ୍ଚାସୀନ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ କରିବା ପରେ ବିଦ୍ୟାଳୟ ତରଫରୁ ସମସ୍ତ ଅତିଥିଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ପାଠପଢ଼ା ର ଆବଶ୍ୟକତା, ଛାତ୍ରଛାତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ଆଲୋଚନା କରିଥିଲେ ଏଥି ସହିତ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ, ସମାୟାନୁବର୍ତୀ, ଏକାଗ୍ରତା ହେବା ପାଇଁ ମତପୋଷଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀ ମତୀ ଅମ୍ରିତା କୁମାରୀ ସ୍ଵାଇଁ ସଂଯୋଜନା କରିଥିବା ବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀ ମତୀ ରଞ୍ଜିତା କୁମାରୀ ଗୌଡ଼। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ପ୍ରାୟ ୧୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର, ମେଡାଲ, ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ପ୍ରବୀଣ କୁମାର ଖାଡଙ୍ଗା, ଶିକ୍ଷୟିତ୍ରୀ ଶ୍ରୀ ମତି ସୁଷମା ଦିଗାଲ, ଶ୍ରୀ ମତି ବିଜୟଲକ୍ଷ୍ମୀ ପ୍ରଧାନ, ଶ୍ରୀ ମତି ଗୀତାରାଣୀ ରାଉତ ସମସ୍ତ ପ୍ରକାରର କାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ବିଇଡି ଟ୍ରେନିଂ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ, ପାଚିକା ସହାୟିକା, ଅଭିଭାବକ ଏବଂ ପରିଚାଳନା କମିଟି ସଦସ୍ୟ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ