March 11, 2026
ajiro khabar
Share

 

୧-ଫେବୃୟାରୀ ୯ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

 

୨-ଭୁବନେଶ୍ୱର:ସୁଧୁରିବ ତ୍ରୁଟି, ବଦଳିବ ଅପଭ୍ରଂଶ ନାଁ; ୧୧ ଜିଲ୍ଲାର ୨୫ ଇଂରାଜୀ ନାଁର ହେବ ପରିବର୍ତ୍ତନ।

 

୩-IAS ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ।କେବିକେ ଅତିରିକ୍ତ ଦାୟିତ୍ବ ତୁଲାଇବେ ବିଷ୍ଣୁପଦ ସେଠୀ ।

 

୪-ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା।

 

୫-ରାଜସ୍ୱ ବିଭାଗରେ ରହିବେନି ମଧ୍ୟସ୍ଥି, ଉନ୍ମୋଚିତ ହେଲା ‘ଆମ ସାଥି ୟୁନିଫାଏଡ୍ ହ୍ୱାଟସ୍‌ଆପ୍ ବଟ୍’।

 

୬-ଭୁବନେଶ୍ୱର:ପ୍ରତି ମାସରେ ହେବ ଆଇଟିଆଇ କଲେଜ ସମୀକ୍ଷା ବୈଠକ।

 

୭-ବାସୁଦେବପୁର ବ୍ଲକ ମନ୍ଦାରୀ ପଡୁଆ ରାସ୍ତା:

ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ ଓ ଜଣେ ଗୁରୁତର, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ।

 

୮-ପ୍ରାକ୍ ବଜେଟ ପରାମର୍ଶ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, କହିଲେ – ଚଳିତ ବଜେଟ୍ ‘ଲୋକଙ୍କ ବଜେଟ’ ଭାବେ ପ୍ରସ୍ତୁତ କରାଯିବ।

 

୯-ବିଏମସି ହୋର୍ଡିଂ ଟଙ୍କା ଆଦାୟ ଚିନ୍ତା, ୨୫ ରୁ ଅଧିକ ସଂସ୍ଥା ଉପରେ ୩୯ କୋଟି ଅଛି ବକେୟା।

 

୧୦-ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କଲେ।

 

୧୧-WPL 2026: ଦ୍ଵିତୀୟ ଥର ଚାମ୍ପିଅନ ହେଲା ଆରସିବି, ଲଗାତାର ଚତୁର୍ଥ ଥର ଫାଇନାଲ୍‌ରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ।

 

୧୨-ରାୟଗଡ଼ା ସରକାରୀ ଆଇଟିଆଇରୁ ଆସିଛି ଅଭିଯୋଗ, ଜଣେ ଛାତ୍ରଙ୍କୁ ଲୁହା ରଡରେ ପିଟିଲେ ଆଉ ଜଣେ ଛାତ୍ର।

 

୧୩-ଭଦ୍ରକ:ମର୍ଚଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣା,୭୨ ଘଣ୍ଟା ବିତିଲେ ବି ମିଳୁନି ସନ୍ଧାନ, କମ୍ପାନୀର ଭୂମିକାକୁ ନେଇ ପରିବାରର ସନ୍ଦେହ।

 

୧୪-SIR କାରଣରୁ ମରିଛନ୍ତି ୧୦୭ ଜଣ, ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ।

 

୧୫-ମଣିପୁର ପୁଣି ଅଶାନ୍ତ ! କୁକି ସଂପ୍ରଦାୟର ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜୋର ଧରିଲା ପ୍ରତିବାଦ।

 

୧୬-ଚେକ୍ ବାଉନ୍ସ ମାମଲା, ତିହାର ଜେଲ୍‌ରେ ଆତ୍ମସମର୍ପଣ କଲେ ରାଜପାଲ ଯାଦବ।

 

୧୭-ଗୃହରେ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ; କଂଗ୍ରେସକୁ ବୋଫର୍ସ ଚୁକ୍ତି ମନେ ପକାଇବା ସହ, ଟିଏମସି ଉପରେ ଆଣିଲେ ଅନୁପ୍ରବେଶର ଅଭିଯୋଗ।

 

୧୮-ଓଲା,ଉବର,ରାପିଡୋ କୁ ଟକ୍କର ଦେବ ସ୍ୱଦେଶୀ “ଭାରତ-ଟ୍ୟାକ୍ସି”।

 

୧୯-ମହାକାଶକୁ ପହଞ୍ଚିଲା ଋଷିଆ-ୟୁକ୍ରେନ ଯୁଦ୍ଧ,ୟୁରୋପୀୟ ଉପଗ୍ରହର ଜାସୁସି କରୁଛି ଋଷ।

 

୨୦-ଇରାନ ମହିଳାଙ୍କୁ ନୂଆ ସ୍ୱାଧୀନତା: ମିଳିବ ମୋଟରସାଇକେଲ ଲାଇସେନ୍ସ।

 

୨୧-ନାଇଜେରିଆରେ ନରସଂହାର। ଘରେ ପଶି ଖୋଜି ଖୋଜି ମାରିଲେ ଆତଙ୍କୀ। ଯାହାକୁ ପାରିଲେ ତାକୁ ଗୁଳି କଲେ। ଏଭଳି ଭୟଙ୍କର ଆକ୍ରମଣ କରିଛନ୍ତି IS ସହ ଜଡିତ ସ୍ଥାନୀୟ ସଶସ୍ତ୍ରଧାରୀ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏