April 19, 2025

ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ୰ ସୁଶାନ୍ତ ପ୍ରଧାନଙ୍କ ବିୟୋଗ …

Share

 

ସମ୍ବଲପୁର,ଧନକଉଡା ବ୍ଲକର ଏସ.ଏଲ.ବି.ଫାର୍ମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ୰ ସୁଶାନ୍ତ ପ୍ରଧାନଙ୍କ ଆଜି ବିୟୋଗ ହୋଇଛି।ଏହି ଖବର ପାଇବା ପରେ ଜିଲ୍ଲାରେ ଏକ ଦୁଃଖଦ ବାତାବରଣ ସୃଷ୍ଟି ହୋଇଥିଲା।ପ୍ରକାଶ ଥାଉ କି ସେ ଦୁଇ ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିଲେ।ତାଙ୍କ ମର ଶରୀର ଭୁବନେଶ୍ୱର ରୁ ତାଙ୍କ ଘରକୁ ନେବା ସମୟରେ କଚେରୀ ମେଣ୍ଡେଲା ଛକ ଠାରେ ଜିଲ୍ଲାର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ରହି ଦର୍ଶନ କରିଥିଲେ ଓ ଅମର ଆତ୍ମାର ସତଗତି ପାଇଁ ପାର୍ଥନା କରିଥିଲେ। ଏହି ଅବସରରେ ବାବୂବାହନ ଭୋଇ, ପବିତ୍ର ସ୍ୱାଇଁ, ଚେରୁ ପାତ୍ର,ପ୍ରମୋଦ କୁମାର ମିଶ୍ର,ବିକ୍ରମ ମାଝୀ, ଡାନିଆଲ ବାରିକ, ରଚନା ସିଂ,କୁନ୍ଦନ ଭୋଇ ପ୍ରମୁଖ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।