March 8, 2026

ସାତପଡ଼ା ଅବକାରୀ ପକ୍ଷରୁ ଦେଶୀମଦ ସହିତ ଭାଙ୍ଗ ଜବତ ତିନି ଗିରଫ କୋର୍ଟ ଚାଲାଣ …

hjgju
Share

ଗତକାଲି ରାତିରେ ପୁରୀଜିଲ୍ଲା ସାତପଡ଼ା ଅବକାରୀ ବିଭାଗ ଅଧିକାରିଣୀ ସ୍ୱୟଂପ୍ରଜ୍ଞା ନାୟକଙ୍କ ଉଦ୍ୟମ କ୍ରମେ ଚଢ଼ାଉ କରାଯାଇ ପୁରୀ ସଦରଥାନା ଅନ୍ତର୍ଗତ ବେଲମୁଣ୍ଡି ଗ୍ରାମର କପିଳେନ୍ଦ୍ର ରାଉତ ଙ୍କ ଠାରୁ ଅଠର ଲିଟର ଦେଶୀମଦ ଜବତ କରି କେଶ ନମ୍ବର 160/23-24ରେ କୋର୍ଟ ଚାଲାଣ କରିଥିବାବେଳେ ପୁରୀସଦର ଗିରଳ ଗ୍ରାମର ଅଲେଖ ଜେନାଙ୍କ ଠାରୁ ତିନିକିଲୋ ଦୁଇଶହ ଗ୍ରାମ ଭାଙ୍ଗ ଜବତ କରି କେଶ ନମ୍ବର 161/23-24ରେ କୋର୍ଟ ଚାଲାଣ କରାଯାଇଛି l ସେହିଭଳି ପୁରୀ ସଦରଥାନା ଅନ୍ତର୍ଗତ କପିଳେଶ୍ଵରପୁର ଗ୍ରାମର ନକୁଳ ପ୍ରଧାନଙ୍କ ଠାରୁ ତିନିକେଜି ଭାଙ୍ଗ ଜବତ କରି କେଶ ନମ୍ବର 162/23-24 ରେ କୋର୍ଟ ଚାଲାଣ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l