November 14, 2024

ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପାର୍ଟି କର୍ମୀଙ୍କ କର୍ମଶାଳା

Share

ଭୁବନେଶ୍ୱର, ତା୬/୦୨. ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଇନକିଲାବ ଭବନରେ ଆଜି ପାର୍ଟି କର୍ମୀମାନଙ୍କୁ ନେଇ ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପାର୍ଟି ର ମହାସଚିବ କମ୍ରେଡ ପି ଜେ ଜେମ୍ସ ଯୋଗଦେଇ କର୍ମୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମାଧାନ ର ବିସ୍ତୃତ ଆଲୋଚନା ରଖିଥିଲେ। କମ୍ରେଡ ଶିବରାମଙ୍କ ଆବର୍ତମାନରେ ୭ମ ରାଜ୍ୟ ସମ୍ମିଳନୀରେ ନବ ନିର୍ବାଚିତ ହୋଇଥିବା ରାଜ୍ୟ କମିଟି ସମ୍ମୁଖରେ ଅନେକ ଆହ୍ବାନ ଥିଲେ ମଧ୍ୟ ରାଜ୍ୟର ପ୍ରତିଟି ସମସ୍ୟାରେ ରାଜ୍ୟ ନେତୃତ୍ୱ ଓ କର୍ମୀମାନେ ହସ୍ତକ୍ଷେପ କରି ବିକଳ୍ପ ପ୍ରଦାନ କରିବା ପାଇଁ ସଫଳ ହୋଇପାରିବେ ବୋଲି ଦୃଢ଼ ମତପୋଷଣ କରିଥିଲେ। ଏଥିରେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ ହେନା ଓ କମ୍ରେଡ ଶଙ୍କର, ପଲିଟିବ୍ୟୁରୋ ସଦସ୍ୟ ଏମ୍ ମାନସାୟା, ରାଜ୍ୟ କମିଟି ସଦସ୍ୟ କମ୍ରେଡ ରାକେଶ, ପେଦିନୀ ପାର୍ବତୀ, କମ୍ରେଡ ରାଧାରାଣୀ ଆଦି ବହୁ ନେତୃତ୍ୱ ଓ କର୍ମୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ। ସଂନ୍ଧ୍ୟାରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଆଲୋଚନାରେ ସାମାଜିକ ତଥା ରାଜନୈତିକ କର୍ମୀ ଶ୍ରୀମନ୍ତ ମହାନ୍ତି ଓ ରୁମିତା କୁଣ୍ଡୁ ଯୋଗଦେଇ ମତ ଉପସ୍ଥାପନ କରିଥିଲେ ଏଥିରେ ପାର୍ଟି ପକ୍ଷରୁ ମହାସଚିବ ପି ଜେ ଜେମ୍ସ ଅଂଶଗ୍ରହଣ କରି ଉପସ୍ଥାପନ କରିଥିଲେ ଯେ ପୁଞ୍ଜି ଓ ପ୍ରକୃତି ଏକ ମୂଖ୍ୟ ଦ୍ଵନ୍ଦ ଭାବେ ତାହାର କର୍ମସୂଚୀରେ ୧୨ତମ ମହାଅଧିବେଶନ ରେ ଗ୍ରହଣ କରାଯାଇଛି । ଏହା ଏକ ଜାତୀୟ ପ୍ରଶ୍ନ ବୋଲି ଦୃଢ଼ ମତପୋଷଣ କରିଥିଲେ।