November 14, 2024

୩୦ ତମ ରାଜ୍ୟ ସ୍ତରୀୟ ଶାରଳା କପ୍

Share

୩୦ ତମ ରାଜ୍ୟ ସ୍ତରୀୟ ଶାରଳା କପ୍

ଯଦୁପୁର ଭୁବନେଶ୍ୱରକୁ ହରାଇ ରାଇଜିଂଷ୍ଟାର ଖୋର୍ଦ୍ଧା ଚମ୍ପିୟାନ.
ଅସ୍ତରଙ୍ଗ ୦୬/୦୨/ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ନରେନ୍ଦ୍ର ଷ୍ଟାଡିୟମରେ ୩୦ ତମ ଶାରଳା କପ୍ କ୍ରିକେଟ ଫାଇନାଲ ମ୍ୟାଚ ରବିବାର ଦିନ ଶେଷ ହୋଇଯାଇଛି। ଫାଇନାଲ ମ୍ୟାଚରେ ଯଦୁପୁର କ୍ରିକେଟ କ୍ଲବ ଭୁବନେଶ୍ୱର, ବନାମ ରାଇଜିଙ୍ଗୀ ଷ୍ଟାର କ୍ରିକେଟ କ୍ଲବ କୁମାରବସ୍ତ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ ଜିତି ରାଇଜିଂ ଷ୍ଟାର କୁମାରବସ୍ତ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ୧୭୦ ରନ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଅଭିଷେକ ପଟ୍ଟନାୟକ ୬୫ ରନ ସଂଗ୍ରହ କରିଥିଲେ।ଯଦୁପୁର କ୍ରିକେଟ କ୍ଲବ ଭୁବନେଶ୍ୱର ପକ୍ଷରୁ ବିକାଶ ରାଉତ ଚାରି ଓଭର ରେ ୩ ଉଇକେଟ ହାସଲ କରିଥିଲେ। ଏହାର ଜବାବରେ ଯଦୁପୁର କ୍ରିକେଟ କ୍ଲବ ଭୁବନେଶ୍ୱର ୧୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ୧୪୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁଏସ. ଆର. ସେନାପତି ୩୭ ରନ ସଂଗ୍ରହ କରିଥିଲେ। ଉଦଯାପନୀ ମ୍ୟାଚରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତି ଶୁଭ୍ରଜିତି ମହାପାତ୍ର, ମୁଖ୍ୟବକ୍ତା ସମାଜସେବୀ ଶଶାଙ୍କ ଶେଖର ନାୟକ, ଶାରଳା କ୍ଲବ ସଂଯୋଜକ ଦିବ୍ୟଦର୍ଶି ବିଶ୍ୱାଳ, ବ୍ୟବସାୟୀ ସଙ୍ଘ ସଭାପତି ଦୁଷ୍ମନ୍ତ ପରିଡା, ଓଡ଼ିଆ ସିନେ ଜଗତର ଅଭିନେତ୍ରୀ ଜିନା ଓ ତମନ୍ନା, ସଭାପତିତ୍ୱ କରିଥିଲେ ଶାରଳା କ୍ଲବ ସଭାପତି ଯୁଗଳ କିଶୋର ମହାନ୍ତି.ଫାଇନାଲ ମ୍ୟାଚରେ ରାଇଜିଙ୍ଗୀ ଷ୍ଟାର କୁମାରବସ୍ତ ପକ୍ଷରୁ ଅଭିଷେକ ପଟ୍ଟନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଯଦୁପୁର କ୍ରିକେଟ କ୍ଲବ ଭୁବନେଶ୍ୱରର ରବୀନ୍ଦ୍ର କୁମାର ନାୟକ ଙ୍କୁ ମ୍ୟାନ ଅଫ ସିରିଜି ପୁରସ୍କୃତ କରାଯାଇଥିଲା।ଚମ୍ପିୟାନ ଟିମ୍ ରାଇଜିଂ ଷ୍ଟାର କ୍ରିକେଟ କ୍ଲବ କୁମାରବସ୍ତ, ଖୋର୍ଦ୍ଧାକୁ ୩୦ ହଜାର ଟଙ୍କା ଶହ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଥିଲା। ରନର୍ସ ଅପ ଯଦୁପୁର କ୍ରିକେଟ କ୍ଲବ ଭୁବନେଶ୍ୱରକୁ ୨୦ ହଜାର ଟଙ୍କା ଶହ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଥିଲା।ବୁଲୁ ବଳିୟାରସିଂ ଓ ଦିବ୍ୟଦର୍ଶି ଛାଟୋଇ ଅମ୍ପୟାର କରୁଥିବା ବେଳେ ଧାରାବିବରଣୀ ପ୍ରଦାନ କରିଥିଲେ ରାକେଶ ମହାନ୍ତି ଓ ପ୍ରକାଶ ଚନ୍ଦ୍ର ବେହେରା ।ଖେଳ ବିବରଣୀର ସମସ୍ତ ସୂଚନା ମିଡ଼ିଆ ସେଲ ଅଧିକାରୀ ପବିତ୍ର ମହାନ୍ତି ସୂଚନା ଦେଇଥିଲେ।ଖେଳର ପ୍ରମୁଖ ଦାୟିତ୍ୱରେ ଶାରଳା କ୍ରିକେଟ କ୍ଳବର ସଭ୍ୟ ବେଣୁଧର ସାହୁ ପରିଚାଳନା କରିଥିଲେ।ଆୟୋଜକ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ରାଜ୍ୟ ସ୍ତରୀୟ ଶାରଳା କପର ଫାଇନାଲ ମ୍ୟାଚ ଦେଖିବାକୁ ଅସ୍ତରଙ୍ଗ ବ୍ଲକ ସମେତ ଆଖ ପାଖ ବ୍ଲକରୁ ୫ ହଜାରରୁ ଉର୍ଦ୍ଧ କ୍ରିକେଟ ପ୍ରେମୀ ମାନଙ୍କର ସମାଗମ ହୋଇଥିଲା।ଦୁଇ ଭେଟ୍ରାନ କ୍ରିକେଟ ଦଳ ମଧ୍ୟରେ ଏକ ଚିତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା।