April 24, 2026

୮ମ ପର୍ଯ୍ଯାୟ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ….

IMG-20260106-WA0144
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ତରଫରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ଏବଂ ପଳସା ପଞ୍ଚାୟତରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସହ-ସମ୍ପାଦିକା ବୀଣାପାଣି ଜେନାଙ୍କ ପ୍ରସ୍ତାବ କ୍ରମେ ପ୍ରଥମେ କୁପାରି ପଞ୍ଚାୟତ କବର ଗ୍ରାମ ପଥରପଦା ମିନି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ବୟୋଜ୍ୟେଷ୍ଠ ବ୍ଯକ୍ତି ଭଗବାନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମ୍ବଳ ବଣ୍ଟନର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ମୁଖ୍ୟ ଅତିଥି ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ଶ୍ରୀଫଳ ପ୍ରଦାନ କରିଥିଲେ । ପରେପରେ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଭାପତି ଶ୍ରୀମତୀ ମାହୁଁନ୍ତ, ସହ-ସମ୍ପାଦିକା ଶ୍ରୀମତୀ ଜେନା ଓ ସଭ୍ୟ ସଭ୍ୟା ମାନେ ମିଳିମିଶି ଉପସ୍ଥିତ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବାଣ୍ଟି ଥିଲେ । ତା’ପରେ ସମସ୍ତେ ମିଳିମିଶି ଗ୍ରାମର ଶଯ୍ୟାସାୟୀଙ୍କ ଘରକୁ ଯାଇ କମ୍ବଳ ଓ ସୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟରେ ସଭ୍ୟ ସମ୍ଭୁନାଥ ସେଠୀ ସହ-ସମ୍ପାଦିକା ଶ୍ରୀମତୀ ଜେନାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ।

କୁପାରି ପଞ୍ଚାୟତ ପରେ ପଳସା ପଞ୍ଚାୟତର ତାଳମହୁରି ଗ୍ରାମ ହାଟମହୁରି ଠାରେ ଥିବା ଶିବ ମନ୍ଦିର ସମ୍ମୁଖରେ କୈଳାସ ଦାସଙ୍କ ପ୍ରସ୍ତାବ କ୍ରମେ କମ୍ବଳ ବଣ୍ଟନ ହୋଇଥିଲା । ଏଥିରେ ସଭାପତି ଶ୍ରୀମତୀ ମାହୁଁନ୍ତ, ସମ୍ପାଦକ ଶ୍ରୀ ବେହେରା, ସହ-ସମ୍ପାଦିକା ଶ୍ରୀମତୀ ଜେନାଙ୍କ ସମେତ ଜଗନ୍ନାଥ ମହାପାତ୍ର, ଅଜୟକୃଷ୍ଣ ମହାପାତ୍ର, ବସନ୍ତ କୁମାର ରାଉତ, ସଂଯୁକ୍ତା ପଲେଇ, ଜଗବନ୍ଧୁ ବାରିକ୍, ଅଜୟ ନାଇକ ଓ ଦାମୋଦର ମହାନ୍ତି ପ୍ରମୁଖ ସଭ୍ୟସଭ୍ୟା ସାମିଲ ଥିଲେ । ଅନୁଷ୍ଠାନର ଏଭଳି ସମାଜସେବା କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିବା ସହିତ ଆଗକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଉଭୟ ସ୍ଥାନରେ ଅନୁଷ୍ଠାନର ସମାଜସେବା କାର୍ଯ୍ୟ ବିଷୟରେ ନିଜର ଆଭିମୁଖ୍ୟ ପ୍ରଦାନ କରିଥିଲେ ଅନୁଷ୍ଠାନର ସଭାପତି ଓ ସହ-ସମ୍ପାଦକ । ସଭ୍ୟ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥିଙ୍କ ନାମ ଘୋଷଣା କରିଥିବା ବେଳେ ସମସ୍ତ ସଦସ୍ୟ ସଦସ୍ୟା ତାଳିମାରି ସମର୍ଥନ କରିଥିଲେ ।।

You may have missed