March 8, 2026

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

IMG-20260106-WA0142
Share

କୋରାପୁଟ ଉଠା ଜଳସେଚନ ବିଭାଗ ଦ୍ବାରା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ନିର୍ବାହୀ ଯନ୍ତ୍ରୀ ଯୁଗଳ କିଶୋର ଟାକ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ଜିଲ୍ଲା ପରିଷଦ ଉପସଭାପତି ରାଧା ବିନୋଦ ସାମନ୍ତରାୟ, କୋରାପୁଟ ବ୍ଲକ ଉପାଧ୍ୟକ୍ଷ ଶିବ ଗୋଲରୀ, ଅଧିକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ଦାଶ,କୋରାପୁଟ କୃଷି ଜିଲ୍ଲା ଅଧିକାରୀ ହେମନ୍ତ କୁମାର ପଢିହାରୀ,କୋରାପୁଟ ଜଳବିଭାଜିକା ଉପ ନିର୍ଦ୍ଦେଶକ ଶିବ ଚରଣ ଜେଟି, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସୁଦାମ ବିଶ୍ଵାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କୃଷକ କଲ୍ୟାଣ ମଞ୍ଚ ସଂପାଦକ ନରେନ୍ଦ୍ର କୁମାର ପ୍ରଧାନ ଓ ଚାଷୀ ରାଧାନାଥ ଭଟ୍ଟ ଚାଷୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଜଳର ସଦ ବ୍ୟବହାର ଓ ସରକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଇବା ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ଟାକ୍ରୀ ପ୍ରକାଶ କରିଛନ୍ତି। ସମୁଦାୟ ୧୭୬୧ ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି ସେଥିରୁ ୧୬୭୯ଟି ସଚଳ ଓ ୮୨ ଟି ଅଚଳ ହୋଇଥିବା ସେ ସୂଚନା ଦେଇଛନ୍ତି।୧୬୭୯ଟି ସଚଳ ପ୍ରକଳ୍ପ ଦ୍ବାରା ୩୪୭୦୫ ହେକ୍ଟର ଚାଷ ଜମିକୁ ଜଳ ଯୋଗାଇ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। କୋରାପୁଟ ଉଠା ଜଳସେଚନ ବିଭାଜନ ଅଧୀନରେ ଥିବା ପାଣି ପଞ୍ଚାୟତର ଚାଷୀ ମାନେ ଉପସ୍ଥିତ ରହିଥିଲେ ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର