April 28, 2026

ବାପାର ଛୁରା ମାଡ଼ରେ ପୁଅ ଆହତ ।ବାପା ଗୁରୁତର ..

IMG-20260106-WA0121
Share

 

ମଦ ପିଇ ପୁଅକୁ ଆକ୍ରମଣ କରି ବାପ ଗୁରୁତର l ଗୁରୁତର ହେଉଛନ୍ତି ପୁରୀ ଅଠରନଳା ଜଗନ୍ନାଥ ମଣ୍ଡଳ ।ଗୁରୁତରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପୁଅ ଶିବୁ ମଣ୍ଡଳ ମଧ୍ୟ ଆହାତ ହୋଇଛି।ଅତ୍ୟଧିକ ମଦ୍ୟପାନ କରି ବାପା ଏଭଳି କାରନାମା କରିଥିବା ଅଭିଯୋଗ ହୋଇଛି।ଆଜି ଅପରାହ୍ନରେ ଅଟୋ ଚାଳକ ଜଗନ୍ନାଥ ମଣ୍ଡଳ ଅତ୍ୟଧିକ ମଦ୍ୟପାନ କରି ପୁଅକୁ ସଂଗ୍ରାମ କ୍ଲବ ନିକଟକୁ ଡାକିଥିଲେ।ପୁଅ ଆସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ ନିଶାସକ୍ତ ଅବସ୍ଥାରେ ଜଗନ୍ନାଥ ନିଜ ପାଖରେ ଥିବା ଚୁରି ଦ୍ବାରା ପୁଅକୁ ଅତର୍କିତ ଆକ୍ରମଣ କରିଥିଲେ। ତା ଛାତିରେ ଆଘାତ ଲାଗିଛି।ପୁଅ ଶିବୁ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଚୁରୀଟି ନିଜ କାନ ପାଖରେ ଭୂଷି ହୋଇଯାଇଥିଲା।ଗୁରୁତର ଜଗନ୍ନାଥ ମଣ୍ଡଳଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଖବର ପାଇ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l