ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଙ୍କଡ଼ ଉପଦ୍ରଵ, ହନ୍ତସନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ..
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲାର ପୁରୀ ସହର ବଡଦାଣ୍ଡରେ ଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କଥା l ଯେଉଁଠାରେ କୁକୁର ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦ୍ରଵ ପ୍ରବଳ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରାଢ଼ିଲା l ସବୁଠାରୁ ଦୁଃଖର ବିଷୟ ହେଉଛି ସବୁଠାରୁ ଯନ୍ତ୍ରଣା ଦାୟକ ବିଭାଗ ଶଲ୍ୟ ଚିକିତ୍ସା ବିଭାଗ l ହଁ ଆଜ୍ଞା ଏହି ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ଚିକିତ୍ସା ପୁରୁଷ ୱାର୍ଡର ଅବସ୍ଥା କହିଲେ ନସରେ l ଖାଣ୍ଟି ଓଡ଼ିଆ ଭାବରେ କହିବାକୁ ଗଲେ ଏହି ବିଭାଗ ର ସମସ୍ତ ଛୋଟା ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣା ରେ ପଡି ଚିକିତ୍ସିତ ହେବାକୁ ଭର୍ତି ହୋଇଥାନ୍ତି l କିନ୍ତୁ ଏହି ୱାର୍ଡ ମାନଙ୍କରେ ୱାର୍ଡ ଠାରୁ ଶୌଚାଳୟ ପର୍ଯ୍ୟନ୍ତ ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବ ଏଭଳି ବଢିଛି ଯେ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି l ୱାର୍ଡ ଭିତରେ ପଶି ରୋଗୀ ମାନଙ୍କ ଖାଦ୍ୟ ଫିଙ୍ଗା ଫୋପଡ଼ା କରିବା ସହିତ ଶୌଚାଳୟ ଭିତରେ ଦିନରାତି ରହୁଥିବା ରୁ ରୋଗୀ ଏବଂ ରୋଗୀମାନଙ୍କ ସମ୍ପର୍କୀୟମାନେ ଝାଡା ପରିସ୍ରା ଯିବାପାଇଁ ଭୟଭୀତ ହେଉଛନ୍ତି l ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବକୁ ଦୂର କରିବାପାଇଁ ପଦକ୍ଷେପ ନେଇ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସାଧାରଣ ରେ ଆଲୋଚନା ହେଉଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
