September 21, 2024

ନୂଆ ଓ ନବୀନ ଓଡ଼ିଶା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ ଯାପିତ….

Share

 

 

ରାମନାଗୁଡା:- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ସ୍ଥିତ ରାମନାଗୁଡ଼ା ମିନି ଷ୍ଟାଡିୟମ ଠାରେ ରାମନାଗୁଡା ବ୍ଲକ ସହାୟତାରେ ନୂଆ-ଓ,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଖେଳାଳୀମାନଙ୍କୁ ନେଇ କ୍ରିକେଟ, ଖୋ ଖୋ ଓ କବାଡି ଖେଳ ପ୍ରତିଯୋଗିତାର ଉଦ୍‌ଯାପନ ଉତ୍ସବ ସମାପନ ହୋଇଯାଇଛି। ଆଜିର ଉଦ୍ ଯାପନ ଉତ୍ସବରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟଅତିଥି ଭାବେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା IRBI କମାଣ୍ଡଣ୍ଟ ଶ୍ରୀ ଭାବେ, ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବିଶଙ୍କର ଗମାଙ୍ଗ ମୁଖ୍ୟ ବକ୍ତାରୂପେ, ଗାର୍ଜନା ପ୍ରସାଦ ରାଓ କୋରାପୁଟ ସାଂସଦ ପ୍ରତିନିଧି ,ମିଶନ ଶକ୍ତି ବ୍ଲକ ସ୍ତରୀୟ ଫେଡରେସନ ସଭାନେତ୍ରୀ ଆରତୀ ମୁଟିକା ,ସୁଣ୍ଡି ଢାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା ସମ୍ମାନୀତ ଅତିଥି ଭାବେ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ସଭାପତି ରୂପେ ଯୋଗଦାନ ଦେଇ ଥିଲେ। ସଭା ମଞ୍ଚରେ , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ, ବ୍ଲକ୍ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ସାମ୍ବାଦିକ ନରସିଂହ ପରିଛା ଉପସ୍ଥିତ ଥିଲେ। ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ତିନିଦିନ ଧରି ଯେଉଁ ଖେଳଗୁଡ଼ିକ ହୋଇଥିଲା କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ୨୦୦୦୦ (କୋଡ଼ିଏ ହଜାର) ଟଙ୍କା ଓ ଟ୍ରଫି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୧୫, ୦୦୦ (ପନ୍ଦର ହଜାର) ଟ୍ରଫି , ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୧୦୦୦୦ (ଦଶ ହଜାର)ଟଙ୍କା ଓ ଟ୍ରଫି ତଥା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। କ୍ରିକେଟରେ ଗୋସାଇ ଗୁଲୁମୁଣ୍ଡା ଦଳ, କବାଡିରେ ଆଦର୍ଶ ବିଦ୍ୟାଳୟ ଦଳ ଏବଂ ଖୋ ଖୋ ରେ ଗୋଗୁପାଡ଼ୁ ଦଳ ଚମ୍ପିୟାନ ହୋଇଥିଲେ। ବିଭିନ୍ନ ଖେଳର ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ “ସର୍ବଶ୍ରେଷ୍ଠ ଖେଳାଳୀ”ଭାବେ ପୁରସ୍କୃତ କରାଯାଇଥିଲା। ସର୍ବମୋଟ ୮ଟି କ୍ରିକେଟ ଦଳ, ୫ଟି ଖୋ ଖୋ ଦଳ ଓ ୫ଟି କବାଡି ଦଳ ଭାଗ ନେଇଥିଲେ। ମୈତ୍ରୀ ଭାବେ ୪ଟି ଦଳ ଯଥା ପ୍ରଶାସନ, ଲୋକ ପ୍ରତିନିଧି, ସାମ୍ବାଦିକ ଓ ଶିକ୍ଷକ ମାନଙ୍କୁ ନେଇ କ୍ରିକେଟ ଖେଳ ହୋଇଥିଲା। ଉକ୍ତ ୪ଟି ଦଳ ମଧ୍ୟରୁ ସାମ୍ବାଦିକ ଦଳ ଚମ୍ପିୟାନ ହୋଇଥିଲେ।ସାମ୍ବାଦିକ ଦଳକୁ ଅତିଥିଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା ।ଏହି କାର୍ଯକ୍ରମ ତିନିଦିନ ଧରି ଚାଲୁ ରହିଥିଲା।ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରିଡ଼ା ଶିକ୍ଷକ ମାନେ ଖେଳ ଗୁଡ଼ିକୁ ପରିଚାଳନା କରିଥିଲେ। ଅତିଥିମାନଙ୍କ ଦ୍ୱାରା କ୍ରିଡା ପତକା ଅବତରଣ କରାଯାଇଥିଲା। ଆବାହକ ତଥା ସଭାପତି ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

( ସଞ୍ଜିବ କୁମାର ଦାଶ)