April 26, 2026

ବାତ୍ୟା ମିଗଯାମ୍ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରୀ ରହିଛି —

IMG-20231205-WA0004
Share

ବାତ୍ୟା ମିଗଯାମ୍ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରୀ ରହିଛି —

——
ଗଜପତି — ଗଜପତି ଜିଲ୍ଲାର ସଦର ମହକୁମା ସହ ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ଼ କାଶୀନଗର, ଗୁମ୍ମା ବ୍ଲକ ଅଞ୍ଚଳରେ ମେଘୁଆ ପାଗ ସହ ଲଗାତାର ଛିପି ଛିପି ବର୍ଷା ଚାଲୁରହିଛି। ମୋହନା ଅଞ୍ଚଳରେ ବର୍ଷାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପାହାଡ ତଳି ଅଞ୍ଚଳ ସହ ନଈ ତଟ ଗ୍ରାମ ଗୁଡିକରେ ଆଶ୍ରୟ ସ୍ଥଳ ସଜାଗ ରଖିଥିବା ବିଡିଓ ହଳଧର ଶବର ପ୍ରକାଶ କରିଛନ୍ତି। ଏହା ସଙ୍ଗେ ଝିପି ଝିପି ବର୍ଷା ଜିଲ୍ଲା ସାରା ଲାଗି ରହିଛି l ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି l ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଓରେଞ୍ଜ ୱାର୍ନିଙ୍ଗ ଦିଆଯାଇଛି l ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ମୋହନା ବ୍ଳକରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ 200 ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ହୋଇ ରହିଥିବା ବେଳେ 39 ଟି ପଞ୍ଚାୟତ ରେ ନୋଡାଲ ଅଫିସର ଆଲଟ ହୋଇ ରହିଛନ୍ତି l ସମସ୍ତ ପରିସ୍ଥିତି ର ଅନୁଧ୍ୟାନ ପାଇଁ ବ୍ଲଜ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି। ୧୮ ଟି ସ୍ଥାନନୁ ଭୁସଖଳନ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି l ତେଣୁ ସେସବୁ ଅଞ୍ଚଳ ଉପରେ ନଜର ରଖାଯାଇଯିବା ସହ ଗର୍ଭବତୀ ମା ମାନଙ୍କୁ କିଭଳି ସୁରକ୍ଷିତ ରଖାଯିବ ସେଥିପାଇଁ ମା ଗୃହ ବ୍ୟବସ୍ଥା କରାଯାଇଛି l ଏଥିପାଇଁ ବ୍ଳକ ର ସମସ୍ତ କର୍ମଚାରୀ ସଜାଗ ଥିବା କହିଛନ୍ତି ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶବର।