ପୋଖରୀରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ
ବୁଗୁଡା : ତା ୦୫/୧୧/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଣ୍ଡା ଗ୍ରାମର ଏକ ପୋଖରୀରେ ବୁଡି ଜଣେ ଯୁବତୀ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତା ଯୁବତୀ ଜଣକ ହେଲେ ରାମଣ୍ଡା ଗାଁର ଭଗବାନ ଡାକୁଆଙ୍କ ଝିଅ ସୁଲତା ଡାକୁଆ (୩୦) । ପ୍ରକାଶ ଯେ , କାର୍ତ୍ତିକ ପୂର୍ଣ୍ଣିମା ସକାଳେ ସୁଲତା ଗାଧୋଇବାକୁ ପୋଖରୀକୁ ଯାଇଥିଲା ବେଳେ ଅସାବଧାନତା ବଶତଃ ସେ ପୋଖରୀରେ ବୁଡି ଯାଇଥିଲେ। ତାଙ୍କୁ ପୋଖରୀରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇଥିବା ବେଳେ କେସ୍ ନଂ ୨୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।
