April 26, 2026

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ଯାକ ଯମକ ରେ ଆରମ୍ଭ ହେଲା ମା’ ଲୋଭୀଙ୍କ ବାର୍ଷିକ ପୂଜା ଓ ଯାତ୍ରା, ପ୍ରଥମ ଦିନରୁ ପ୍ରବଳ ଭିଡ଼ ..

IMG-20251105-WA0095
Share

ବଅଁରପାଳ 05 /11/- ଏହି ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମ ପୀଢସାହିରେ ଥିବା ପୀଠସ୍ଥଳୀ ଅଞ୍ଚଳର ଅଧିଷ୍ଠାତ୍ରୀ ତଥା ପ୍ରତ୍ୟକ୍ଷ ଦେବୀ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ମହାସମାରୋହ ତଥା ଶାନ୍ତି ଶୃଙ୍ଖଳାର ସହ ଆଜି ଠାରୁ ଆରମ୍ଭ ହୋଇ ଯାଇଛି l ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ପର୍ବକୁ ଉଭୟ ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମର ଗ୍ରାମବାସୀ ମାନେ ବହୁ ପୁରାକାଳରୁ ପାଳନ କରି ଆସୁଛନ୍ତି l ଚଳିତ ବର୍ଷ ଯାତ୍ରା ୫ ଦିନ ଧରି ଚାଲିବ l ପ୍ରତ୍ୟୁଷରୁ ମା’ଙ୍କ ସେବକ ତଥା ଦେହୁରୀ ରଞ୍ଜନ କୁମାର ଗଡ଼ନାୟକ ଓ ବେଲପତରିଆ ପବିତ୍ର ବିଶ୍ୱାଳ ତୁଳସୀପାଳରେ ଥିବା ଆଲମ ଘରେ ପୂଜାର୍ଚ୍ଚନା କରି ମା’ଙ୍କୁ ପୀଠସ୍ଥଳୀଙ୍କୁ ଯିବାକୁ ନିମନ୍ତ୍ରଣ କରିଥାନ୍ତି l ପୂର୍ବାହ୍ନ ୯ ଟାରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଶତାଧିକ ଛତି, ତରାଶ, ଢୋଲ, ନିଶାଣ, ତୋପବାଣ, ଏକାଧିକ ସାଉଣ୍ଡ ଓ ଭକ୍ତଙ୍କ ହରିବୋଲ, ହୁଳହୁଳି ସହ ଉଭୟ ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମର ମୁଖ୍ୟରାସ୍ତା ପରିକ୍ରମା କରାଯାଇ ପୀଠସ୍ଥଳୀଙ୍କୁ ନିଆ ଯାଇଥିଲା l ବାଟରେ ମା,ମାଉସୀ ମାନେ ନିଜନିଜ ଘର ସମ୍ମୁଖରେ ଚିତା ପକାଇ ବନ୍ଦାପନା କରିବା ସହ ନୂତନ ବସ୍ତ୍ର ପକାଇ ଅଧିଆ ପଡ଼ିଥାନ୍ତି l ଶୋଭାଯାତ୍ରା ପୀଠସ୍ଥଳୀରେ ପହଞ୍ଚିବା ପରେ ଦେହୁରୀ ଓ ବେଲପତରିଆ ରୀତିନୀତି ଅନୁଯାୟୀ ଷୋଡଶ ଉପଚାରରେ ପୂଜା କରିବା ପରେ ମାଜଣା କରି ଥିଲେ l ବିଳମ୍ବିତ ରାତିରେ ମହାଦେଶ ଆସିଲା ପରେ ଗୁପ୍ତ ସନ୍ଧିପୂଜା କରାଯିବ l ଏହି ଅବସରରେ ଅଧିଆ ପଡ଼ିଥିବା ବହୁ ମାନସିକଧାରୀ ମହିଳା ପାଦୁକା ପାଇ ଅନଶନ ଭଙ୍ଗ କରିଥିଲେ ଓ ସଂଖ୍ୟାଧିକ ଶିଶୁ ମୁଣ୍ଡନ ହୋଇଥିଲେ l ଯାତ୍ରା ପଡିଆରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା l ଭିଡକୁ ଦେଖି ଖାଦ୍ୟସାମଗ୍ରୀ, ମନୋହରୀ, ଭୋଗସାମଗ୍ରୀ, ନିତ୍ୟ ବ୍ୟବହାର୍ଯ୍ୟ ଗୃହପେକାରଣ ସାମଗ୍ରୀ, ଚାର୍ଟ, ଗୁପଚୁପ ଓ ଆଇସକ୍ରିମ ଭଳି ବିଭିନ୍ନ ପ୍ରକାରର ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଉର୍ଦ୍ଧ୍ଵ ଅସ୍ଥାୟୀ ଦୋକାନ ବ୍ୟବସାୟୀ ମାନେ ଯାତ୍ରାପଡିଆରେ ଦୋକାନ ଖୋଲି ଭଲ ଦୁଇ ପଇସା ରୋଜଗାର କରନ୍ତି l ଯାତ୍ରାର ପ୍ରଥମ ଦିନରେ ଚୁଟିପକା ଓ ମାନସିକଧାରୀ ମାନେ ଆସିଥାନ୍ତି l ପରଦିନ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ପରମ୍ପରା ରହି ଆସିଥିବାରୁ ବ୍ୟବସାୟୀ ମାନେ ଆଗକୁ ଭଲ ବିକ୍ରିବଟା ହେବବୋଲି ଆଶା ବାନ୍ଧିଛନ୍ତି l ମୀନାବଜାର ସମସ୍ତଙ୍କୁ ଆକର୍ଷିତ କରୁଛି l ବିଭିନ୍ନ ଅନୁଷ୍ଠାନ ତରଫରୁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି l ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରୁ ଏସ ପି ରାହୁଲ ଜୈନ ଙ୍କ ତତ୍ୱାବଧାନରେ ବଅଁରପାଳ ଥାନା ଅଧକାରୀ ଦୁଷ୍ମନ୍ତ କୁମାର ସିଂହ ଙ୍କ ସମେତ ପାଞ୍ଚ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି l ଯାତ୍ରା ପଡିଆରେ ଏକ ଅସ୍ଥାୟୀ ପୋଲିସ ସହାୟତା କେନ୍ଦ୍ର ଖୋଲାଯିବା ସହ ସାଧପୋଷାକ ଧାରୀ ପୋଲିସ ମଧ୍ୟ ବୁଲୁଛନ୍ତି l ବଅଁରପାଳ ପ୍ରଶାସନ, ସ୍ୱାସ୍ଥ୍ୟ, ଅଗ୍ନିଶମ ଓ ବିଦ୍ୟୁତ ବିଭଗ କର୍ମଚାରୀ ମାନେ ଯାତ୍ରାରେ ସହଯୋଗ କରୁଛନ୍ତି l ମା’ ଲୋଭୀ ଟ୍ରଷ୍ଟି ବୋର୍ଡର ସଭାପତି ସୁନୀଳ କୁମାର ମାଝୀ, ସମ୍ପାଦକ ଭଜମନ ମହାନ୍ତି, ଲୋକନାଥ ମାଝୀ, ଦାଶରଥି ପାଏକ, ଧୀରେନ୍ଦ୍ର ଗଡ଼ନାୟକ ବୈକୁଣ୍ଠ ବେହେରା, ରାମ ସାମଲ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସନ୍ତୋଷ ସାହୁ, ଦୈତାରୀ ସାହୁ, ଗୋକୁଳା ନାୟକ ଓ ପ୍ରଶାନ୍ତ ମାଝୀ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି l ଏହ ମାସ 9 ତାରିଖ ପର୍ଯ୍ୟନ୍ତ ଚଳିବ l ଏହି ଅବସରରେ ମା ଙ୍କ ଦର୍ଶନ ନିମନ୍ତେ ଆଜି ପୂର୍ବାହ୍ନ ରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ , ବିଜେପି ଯଯାତୀ କେଶରୀ ପଟ୍ଟନାୟକ ନେତା କିଟୁ ପଣ୍ଡା, ପିଲାଣ୍ଟୁ ଗଡ଼ନାୟକ, ସୁଶୀଲ ମାଝୀ, ସୁଶୀଲ ବାରିକ, ଅଜିତ୍ କୁମାର ଭୋଇ , ଏବଂ ଜିଲ୍ଲାପରିଷଦ ମୀରା ଗଡ଼ନାୟକ ଆଦି ମା ଙ୍କ ଦର୍ଶନ ସାରି ଫେରିଯାଇଛନ୍ତି l