ବିଜେପିକୁ ଟାର୍ଗେଟ କଲେ ବ୍ଲକ୍ ଅଧ୍ୟକ୍ଷା..
ଜଗତସିଂହପୁର ଜିଲ୍ଲା ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ।ବିଜେପିକୁ ଟାର୍ଗେଟ କଲେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା।କହିଲେ ପୂର୍ବ ସରକାରରେ ଯାହା ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିଲା ନୂଆ ସରକାରରେ ଏଯାବତ୍ ଇଟା ଖଣ୍ଡିଏ ଯୋଡାଯାଇ ପାରୁନାହିଁ।ବିକାଶ ନାମରେ ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରୁଛନ୍ତି।ଏମିତି କିଛି ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ଆୟୋଜିତ ସମ୍ମିଳନୀରେ ଅଭିଯୋଗ କରାଯାଇଛି।ଏରସମା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର କହିଛନ୍ତି,ପୂର୍ବ ବିଜେଡି ସରକାର ସମୟରେ କ’ଣ ସବୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିଲା ଓ ବର୍ତ୍ତମାନ ସମୟରେ କ’ଣ ହେଉଛି,ସେ ସମ୍ପର୍କରେ ତର୍ଯମା କରିବାର ଆବଶ୍ୟକତା ରହିଛି।ସେ’ କହିଛନ୍ତି ଏରସମା ବ୍ଲକରେ ବର୍ତ୍ତମାନ ୪ହଜାର ଯୋଗ୍ୟ ହିତାଧିକାରୀ ଦୀର୍ଘ ଦିନଧରି ଭତ୍ତାପାଇଁ ଆବେଦନ କରି ଅପେକ୍ଷା କରିଥିଲେ ମଧ୍ୟ ତାହା ଦିଆଯାଉନାହିଁ।ଅନ୍ତ୍ୟୋଦୟ ଗ୍ରୃହ ଯୋଜନା ସଠିକ ଢଙ୍କରେ କାର୍ଯ୍ୟକାରୀ ହେଉନାହିଁ।ଏଥିସହିତ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଏଠାରେ ଥିବା ୫କୋଟି ୫୦ଲକ୍ଷ ଟଙ୍କା ଫେରାଇ ନିଆଯାଇ ଏବେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ମାତ୍ର ୩କୋଟି ୫୦ଲକ୍ଷ ଟଙ୍କା ଦିଆଯାଇଛି ବୋଲି କହିଛନ୍ତି।ଏଥିସହିତ ଗତ ଅକ୍ଟୋବର ୨୩ତାରିଖ ଏରସମା ବ୍ଲକ୍ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ବିରୋଧରେ ବିଜେପି ଜିଲ୍ଲା ସଭାପତି କରିଥିବା ଅଭିଯୋଗ ସସ୍ତା ରାଜନୀତି ବୋଲି କହିବା ସହିତ ପାରାଦୀପ ବନ୍ଦର ଟ୍ରଷ୍ଟି ଥିବା ସମୟରେ ତାଙ୍କର ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମରେ ସେ’ ସମୟରେ ପ୍ରକାଶ ପାଇଥିଲା ବୋଲି ଅଭିଯୋଗ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିକାଶ ପରିଡା,ବାଲିକୁଦା-ଏରସମା ଯୁବ ବିଜେଡି ସଭାପତି ପାର୍ଥସାରଥୀ ରାଉତ,ନୂଆଡିହି ସରପଞ୍ଚ ବ୍ରଜ କିଶୋର ପ୍ରଧାନ,ଜାନକାଦେଇପୁର ସରପଞ୍ଚ ଜିତେନ୍ଦ୍ର ବେହେରା,ନୂଆଡିହି ସମିତି ସଭ୍ୟ ବିଧୂ ଭୁଷଣ ମହାନ୍ତି,ବାମଦେଇପୁର ସମିତି ସଭ୍ୟ ବିକ୍ରମ ମହାପାତ୍ର,ପଲ୍ଲୀକଣ୍ଟା ସମିତି ସଭ୍ୟା ସନ୍ଧ୍ୟାରାଣି କୁଅଁର,ନିଶାକର ରାଉତ ଓ ସମିର ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
