ଉମରକୋଟ ଠାରେ ଭଗବାନ ଆୟାପ୍ପା ଙ୍କ ଅଗ୍ନିପୂଜା ଅନୁଷ୍ଠିତ……..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ଠାରେ ସ୍ଵାମୀ ଆୟାପ୍ପା ସେବା ସଂଘ ତରଫରୁ ଗୁଲିପାଟଣା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ପ୍ରାଙ୍ଗଣରେ ଆମ୍ବଲମ ଓ ଅଗ୍ନିପୂଜା ଅନୁଷ୍ଠିତ ହୋଇ ଯାଇଛି।ଅଗ୍ନି ପୂଜାରେ ଭଗବାନ ଆୟାପ୍ପା ଙ୍କ ଆଶ୍ରିବାଦ ନେବା ସହ ପୂଜାରେ ଭାଗ ନେବା ପାଇଁ ସେମିଳିଗୁଡା, କୋରାପୁଟ, ଜୟପୁର, ନବରଙ୍ଗପୁର, ପାପଡ଼ାହାଣ୍ଡି, ଡ।ବୁଗା ଓ ରାଇଘର ରୁ ଅନେକ ଭକ୍ତ ଆସିଥିଲେ। ସନ୍ଧ୍ୟା ୭ ଘଂଟିକା ସମୟରେ ଗୁଳିପାଟଣା ସ୍ଥିତ ପେଣ୍ଡରାଣୀ ମନ୍ଦିରରୁ ଏକ ଦୀପ ଯାତ୍ରା ବାହାରି ସହର ପରିକ୍ରମା କରି ପୂଜା ସ୍ଥଳକୁ ଆସିଥିଲେ। ଏହି ଯାତ୍ରାରେ ସମସ୍ତ ଆୟାପ୍ପା ଦୀକ୍ଷା ଧାରୀ ସ୍ୱାମୀ ମାନେ ଯୋଗ ଦେବା ସହ ସାଧାରଣ ଭକ୍ତ ମଧ୍ୟ ଯୋଗ ଦେଇଥିଲେ। ୮ ଘଂଟିକା ସମୟରେ ଆମ୍ବଲମ ପୂଜା କରାଯାଇଥିଲା ଓ ଆମ୍ବଲମ ପୂଜା ପରେ ଅଗ୍ନି ପୂଜା କରାଯାଇଥିଲା। ସମସ୍ତ ପୂଜା କାର୍ଯ୍ୟ ଜୟପୁରରୁ ଆସିଥିବା ରାବଣା ଗୁରୁ ସ୍ୱାମୀଙ୍କ ତତ୍ୱାବଧାନ ରେ ଅନୁଷ୍ଟିତ ହୋଇଥିଲା। ସମସ୍ତ ପୂଜା ସରିବା ପରେ ସମସ୍ତ ଆୟାପ୍ପା ଦୀକ୍ଷା ଧାରି ସ୍ୱାମୀ ମାନେ ଜ୍ଵଳନ୍ତ ନିଆଁକୁ ପୂଜା କରି ସ୍ୱାମୀୟେ ସରଣମ ଆୟାପା ଉଚ୍ଚାରଣ କରି ଦୀକ୍ଷା ଧାରୀ ସ୍ୱାମୀ ମାନେ ନିଆଁରେ ଚାଲିଥିଲେ। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ପ୍ରାୟ ୨୦୦ ଆୟାପା ଦୀକ୍ଷା ଧାରୀ ସ୍ୱାମୀ ମାନେ ଯୋଗ ଦେଇଥିଲେ।ଏହାକୁ ଦେଖିବା ପାଇଁ ୨ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ମାନେ ଉପସ୍ଥିତ ଥିଲେ।ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଅଗ୍ନି ପୂଜା କରିବା ଦ୍ୱାରା ଗ୍ରାମର ସାମୁହିକ ଉନ୍ନତି ହେବା ସହ ଭକ୍ତଙ୍କ ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିଭଳି ଦୀକ୍ଷା ଧାରଣା କରିବାରେ ବରିଷ୍ଠତାକୁ ଦୃଷ୍ଟିରେ ରଖି ଉମରକୋଟର କୁଲୁ ସ୍ୱାମୀଙ୍କୁ ଜୟପୁର ସ୍ଥିତ ରାବଣା ଗୁରୁ ସ୍ୱାମୀ ସମ୍ମାନିତ କରି ଥିଲେ। ଏହି ଅବସରରେ ଉମରକୋଟ ର ଗୁରୁସ୍ୱାମୀ ସତ୍ୟ ସୁନ୍ଦର ସାମଲ, ଗୁପ୍ତେଶ୍ୱର ସ୍ୱାମୀ, ରାଜା ରେଡି, ପ୍ରଶାନ୍ତ ଶତପଥୀ, କୋଟେଶ୍ୱର ପଟନାୟକ ପ୍ରମୁଖ ୫ ଜଣ ସ୍ୱାମୀ ମାନେ ଯେଉ ମାନେ କି ଚିନ। ମୁଦ୍ରା ସେବା ସଙ୍ଘର ରାଜ୍ୟ ଓ କେନ୍ଦ୍ରୀୟ ପଦ ପଦବୀ ପାଇଁ ମନୋନୀତ ହୋଇଥିବାରୁ ସମ୍ମାନିତ କରାଯାଇଥିଲା। ସେହିଭଳି ଉମରକୋଟ ଆୟାପା ସେବା ସଙ୍ଘର ସଭାପତି ନଳିନୀ ରଞ୍ଜନ ମିଶ୍ରଙ୍କୁ ମଧ୍ୟ ସ୍ୱାମୀ ମାନେ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଉମରକୋଟ ର ସମସ୍ତ ଦୀକ୍ଷାଧାରୀ ଆୟାପା ସ୍ୱାମୀ ମାନେ ଦାୟିତ୍ୱ ନେଇ ସମ୍ପାଦନ କରିଥିଲେ ଏବଂ କିଛି ପୁରୁଣା ସ୍ୱାମୀ ମାନେ ମଧ୍ୟ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ପାଇଁ ସହଯୋଗ କରିଥିଲେ।
