ବୋଲଗଡ଼ ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ ଏହାର ସଚେତନତା ସମ୍ପର୍କରେ ସ୍ଥାନୀୟ ନନ୍ଦିଘୋଷ ଭବନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ସାଇବର ସୁରକ୍ଷା ଅଭିଯାନ ଓ ଆମ ପୋଲିସ ସମିତି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ସଭାପତି ଗୋପୀନାଥ ଖାଡଙ୍ଗା ସଭାପତିତ୍ୱ କରିଥିଲେ।ଖୋର୍ଦ୍ଧା ସାଇବର ଥାନାର ଅଧିକାରୀ ସୁନିଲ କୁମାର ମୁର୍ମୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଇବର ଠକେଇର ସମ୍ମୁଖିନ ହେଉଥିବା ପିଡୀତଙ୍କ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ପିଡ଼ିତଙ୍କୁ ପୋଲିସ, ସିବିଆଇ କିମ୍ବା କୋରିଅର ସେବାର ଅଧିକାରୀ କହି ଏକ କଲ ଆସିଥାଏ ଏବଂ କୌଣସି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଏ।ଠକ ମାନେ ପିଡୀତଙ୍କ ଏକ ଭିଡିଓ କଲରେ ରହିବାକୁ ବାଧ୍ୟ କରାଯାଏ,ଜାମିନ କିମ୍ବା ଯାଞ୍ଚ ପାଇଁ ତାଙ୍କ ମାଗନ୍ତି ଓ ଏହା ନଦେଲେ ଗିରଫ କରିବାର ଧମକ ଦିଆଯାଏ।ସେହିପରି ପିଡ଼ିତଙ୍କୁ କଲ ମାଧ୍ୟମରେ କୁହାଯାଏ କି ଏକ ପାର୍ସଲ କଷ୍ଟମ୍ସରେ ଅଟକି ରହିଛି କିମ୍ବା ସେଥିମଧ୍ୟରେ ବେଆଇନ ସାମଗ୍ରୀ ରହିଅଛି, ଠକମାନେ ନିଜକୁ କଷ୍ଟମ୍ସ କିମ୍ବା ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ପାର୍ସଲ ଛଡ଼ାଇବା ପାଇଁ କ୍ଲିୟରାନ୍ସ ଚାର୍ଜ କିମ୍ବା ଜରିମାନା ଦାବି କରିଥାନ୍ତି।ଏପିରିକି ପୀଡିତ ମାନଙ୍କୁ ଅଧିକ ଦରମାରେ ସହଜ ଅନଲାଇନ କାମର ପ୍ରଲୋଭନ ଜନ୍ମାଇ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଥମେ କିଛି ଟଙ୍କା ଦିଆଯାଏ,କିନ୍ତୁ ପରେ ଠକ ମାନେ ସୁରକ୍ଷା ଜମା କିମ୍ବା ସଦ୍ୟସତା ଶୁଳ୍କ ମାଗି ଅନ୍ତଦ୍ଧାନ ହୋଇଯାଇଥାନ୍ତି ଓ ପୀଡିତ ମାନଙ୍କୁ ରିଫଣ୍ଡ, କ୍ୟାସବୁକ ଅଫର କିମ୍ବା ଅର୍ଡର ବାତିଲ ସମ୍ପର୍କରେ ନକଲି କଲ କିମ୍ବା ମେସେଜ ଆସେ।ଠକମାନେ ଲିଙ୍କ ପଠାଇ ଥାଆନ୍ତି କିମ୍ବା ବ୍ୟାଙ୍କ ଜନିତ ବିବରଣୀ ମାଗନ୍ତି,ଯାହାଦ୍ଵାରା ଅନଧିକୃତ ଭାବେ ଟଙ୍କା କଟିଯାଇ ଥାଏ।ଏଣୁ ଏଥିପ୍ରତି ସତର୍କତାର ସହିତ ଯତ୍ନବାନ ହେଲେ ଆମେ ସାଇବର ଠକାମିର ଶିକାର ହୋଇପାରିବା ନାହିଁ।ସଂମ୍ମାନୀତ ଅତିଥି ଭାବେ ଥାନା ଏଏସଆଇ ଯଶୋଦା ଦେବୀ,ସମାଜସେବୀ ଲଲାଟେନ୍ଦୁ କେଶରୀ ସିଂହ, ବଣିକ ମହାସଂଘ ସଭାପତି ପାଣ୍ଡବ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମରେ ସାଇବର ଠକେଇ ଠାରୁ ସାବଧାନତାର ସହିତ ରହିବା ନିମନ୍ତେ ମାସ୍କଡ଼ଙ୍କ ସଚେତନତା ଅତୀବ ସୁଦୂର ପ୍ରସାରି ଥିଲା।
ଏଥିରେ ଗଣମାଧ୍ୟମ ପ୍ରତିନିଧି ଅନେକ ପୋଲିସ ଓ ବ୍ୟକ୍ତି ବିଶେଷ ଯୋଗଦେଇ ସାଇବର ଠକେଇ ସୁରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତାରେ ସାମିଲ ହୋଇ ଥିଲେ।ଏହି କାର୍ଯ୍ୟକ୍ରମକୁ ଥାନା ଏସଆଇ ହାଡୁବନ୍ଧୁ ଦାଶ ପରିଚାଳନା କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
