November 27, 2024

ଦେଶ ବିଦେଶରେ ଶୋଭା ପାଇବ ଅସ୍ତରଙ୍ଗ ର ପ୍ରାକୃତିକ ସୌ୍ନ୍ଦର୍ଯ୍ୟ ।

Share

ଦେଶ ବିଦେଶରେ ଶୋଭା ପାଇବ ଅସ୍ତରଙ୍ଗ ର ପ୍ରାକୃତିକ ସୌ୍ନ୍ଦର୍ଯ୍ୟ । ଅସ୍ତରଙ୍ଗ,, ଯୁବ ପୀଢ଼ି ମାନଙ୍କ ଭିତରେ ଛୁଟି କଟାଇବା ଓ ପର୍ଯ୍ୟଟକ ମାନଙ୍କୁ ପ୍ରାକୃତିକ ପରିବେଶ ସହିତ ଯୋଡି ହେବା ପାଇଁ ଏକ ସ୍ବତନ୍ତ୍ର ପ୍ରଚେଷ୍ଟା ସହିତ ଭାରତର କିଛି ସୁନ୍ଦର ପରିବେଶ ବିଶିଷ୍ଟ ଅଞ୍ଚଳ ର ଲିଷ୍ଟ ପ୍ରସ୍ତୁତ କରାଯାଇଛି । ପୃଥିବୀ ର ସ୍ୱନାମ ଧନ୍ୟ ଇଣ୍ଟରନେଟ ସଂସ୍ଥା , ‘ରେଡିଫ ଡ଼ଟ୍ କମ୍ ,’ ତରଫରୁ ହୋଇଥିବା ସର୍ଭେ ରେ ଭାରତର ଦଶଟି ସୁନ୍ଦର ଗ୍ରାମକୁ ଚୟନ କରାଯାଇଛି ଓ ଦେଶ ବିଦେଶର ଯାତ୍ରୀଙ୍କୁ ବୁଲିବା ପାଇଁ ଆସିବାକୁ ଏହି ସର୍ଭେ ରେ ପରାମର୍ଶ ଦିଆ ଯାଇଛି । ଏହି ଲିଷ୍ଟରେ ମହାରାଷ୍ଟ୍ର ର ଖିରେଶ୍ୱର , ଆସାମ ର ମଜୁଲି , ଉତ୍ତରାଖଣ୍ଡ ର ସଂକ୍ରି, ପଶ୍ଚିମବଙ୍ଗର ପଖିରାଳୟ , କର୍ଣ୍ଣାଟକ ର ବିରପାପପୂର୍ ଗଡି, ମେଘାଳୟର ୱାଙ୍ଖେମ୍, ହିମାଚଳ ପ୍ରଦେଶର ଶିଶୁ, କାଶ୍ମୀର ଆରୁ ଅଞ୍ଚଳ, ତାମିଲନାଡୁର

ଉଲ୍ଡା ଅଞ୍ଚଳ ଅଛି । ଖୁସିର କଥା ଯେ, ଏହି ତାଲିକାରେ ଓଡ଼ିଶାର ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ସମୁଦ୍ର ଓ ନଦୀ ତଟ ବର୍ତୀ ମାଛ ଧରା ଉପକୂଳ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇ ଅଛି । ସାରା ଭାରତର ଦଶଟି ସୁନ୍ଦର ଅଞ୍ଚଳ ଭାବରେ ଅସ୍ତରଙ୍ଗ ଆସିବା ଏକ ଗର୍ବର ବିଷୟ । ଏହି ସବୁ ଅଞ୍ଚଳକୁ ବୁଲି ଯିବାକୁ ଯାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଛି । ଯାତ୍ରୀ ମାନେ ବିମାନ ବନ୍ଦର, ରେଳ ଷ୍ଟେସନ ରେ ଓହ୍ଲାଇ କିପରି ଆସିବେ ଓ କିପରି ଭ୍ରମଣ କରିବେ ତାହା ବିଷୟରେ ପରାମର୍ଶ କରାଯାଇଛି । ଯେଉଁ ବାହାର ଯାତ୍ରୀ ଉଡାଜାହାଜ କି ଟ୍ରେନ ରେ ଆସିବେ ସେଠାରୁ ଓହ୍ଲାଇ ,ସେମାନେ ଭୁବନେଶ୍ୱର ଠାରୁ ୭୫ କିଲୋମିଟର ଅସ୍ତରଙ୍ଗ ଯାତ୍ରା କରିବେ ବୋଲି( ରେଡିଫ ଡଟ୍ କମ୍ ) ତାର ସର୍ଭେରେ ଦର୍ଶାଇ ଅଛି ।