June 21, 2026

ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ +୨ ଓ +୩ ମିଳିତ କର୍ମଚାରୀ ସଂଘ ଗଠିତ 

IMG-20241105-WA0033
Share

 

ବୁଗୁଡ଼ା :ତା ୦୫/୧୧/୨୪ : ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବରେ ଅଧ୍ୟକ୍ଷ ଦାୟିତ୍ବ ନେଇଥିବା ଗଣିତ ବିଭାଗର ପ୍ରାଧ୍ୟାପକ ସରୋଜକାନ୍ତ ଦାସଙ୍କ ପ୍ରଚେଷ୍ଟାରେ ମହାବିଦ୍ୟାଳୟର ଉଭୟ +୨ ଓ +୩ ସ୍ରୋତରେ କାର୍ଯ୍ୟରତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଏକ ମିଳିତ କର୍ମଚାରୀ ସଂଘ ଗଠନ କରାଯାଇଛି । ସଂଘର ପ୍ରଥମ ବୈଠକରେ ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ବୈଠକରେ ଉଭୟ ଅନୁଷ୍ଠାନର ସମସ୍ତ କର୍ମଚାରୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ। କର୍ମଚାରୀମାନଙ୍କ ଉପସ୍ଥାନକୁ ବାୟୋମେଟ୍ରିକ ଯନ୍ତ୍ର ମାଧ୍ୟମରେ ରେକର୍ଡ କରିବା ସହ ପ୍ରତ୍ୟହ ତିନି ଥର ଲିପିବଦ୍ଧ କରିବା ,ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ କଡାକଡି ଯାଞ୍ଚ କରି ଶତ ପ୍ରତିଶତ କରିବା , ମହାବିଦ୍ୟାଳୟରେ ଅଣଛାତ୍ରମାନଙ୍କ ପ୍ରବେଶକୁ ରୋକିବା ,ପ୍ରତି ପିରିୟଡ଼ ଶେଷରେ ନିର୍ଦ୍ଧାରିତ ଘଣ୍ଟା ବାଜିବା, ମହାବିଦ୍ୟାଳୟର ପରିସରକୁ ସ୍ବଚ୍ଛ ଓ ସୁନ୍ଦର କରିବା, ମହାବିଦ୍ୟାଳୟର ମୂଖ୍ୟ ଫାଟକରେ ଜଗୁଆଳ ବ୍ୟବସ୍ଥା କରିବା, ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ପ୍ରକ୍ରିୟାକୁ ନବୀକରଣ କରିବା ଇତ୍ୟାଦି ବିଷୟ ଆଲୋଚନା କରାଯାଇ ନିର୍ଦ୍ଧାରଣ କରାଯାଇଛି । ଏହି ସଭାରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ସଂଘର ସମ୍ପାଦକ ଶିଶିର କୁମାର ନାୟକ ପୂର୍ବ ନିର୍ଦ୍ଧାରିତ ପ୍ରସଙ୍ଗ ଅନୁଯାୟୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପରିଶେଷରେ ସ୍ନାତକ ମହାବିଦ୍ୟାଳୟର କର୍ମଚାରୀ ସଂଘ ସମ୍ପାଦକ ଅମିୟ କୁମାର ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।