June 21, 2026

ଶ୍ରୀ ତ୍ରିନାଥ ପାଣିଗ୍ରାହୀଙ୍କୁ ଶହେ ବର୍ଷ ପୂର୍ତ୍ତି ଅବସରରେ ସମ୍ମାନ ଓ ସମ୍ବର୍ଦ୍ଧନା 

IMG-20241105-WA0029
Share

 

 

କାଶୀନଗର (ଅନନ୍ତ ଆପଟ )

ତା 5/11/24

ପାରଳାଖେମୁଣ୍ଡି ବାସିନ୍ଦା ଶ୍ରୀ ତ୍ରିନାଥ ପାଣିଗ୍ରାହୀ ଜଣେ ଶତାୟୁ ପୁରୁଷ ବର୍ତମାନ ଯାଏଁ ଶ୍ରୀ ଜଗନ୍ନାଥ ଙ୍କ ସେବା ରେ ନିଜକୁ ନିୟୋଜିତ କରି ତାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖି ସଦା ସର୍ବଦା ଶ୍ରୀ ଜଗନ୍ନାଥଙ୍କ ଧ୍ୟାନରେ ମଗ୍ନ ରହି ତାଙ୍କୁ ଜପ ତପ ଭଳି ତପସ୍ୟା କରି ଆସୁଛନ୍ତି. ସେ ଜଣେ ସରକାରୀ କର୍ମଚାରୀ ଏବଂ ଚାକିରୀରୁ ଅବସର ନେବା ପରେ ଦିନେ ଶ୍ରୀ ଜଗନ୍ନାଥ ତାଙ୍କୁ ସପ୍ନ ରେ ଆଦେଶ ଦେଲେ ଯେ ମୋ ମନ୍ଦିର ନିର୍ମାଣ ଆଉ କେବେ ସରିବ? ପାଣିଗ୍ରାହୀ ବାବୁଙ୍କୁ ଏହି ସ୍ବପ୍ନlଦେଶ ହେବା ପରେ ନିଜ ସଞ୍ଚିତ ଧନ ସବୁ ଆଣି ଶ୍ରୀ ଜଗନ୍ନାଥ ଙ୍କ ପଦ ପଦ୍ମରେ ସମର୍ପଣ କରି ମନ୍ଦିର ନିର୍ମାଣ କାର୍ଯ୍ୟରେ ଏହି ସଞ୍ଚିତ ଧନ ବ୍ୟବହାର ହେଉ ବୋଲି କହିଥିଲେ. 2022 ମସିହା ରେ ପାଣିଗ୍ରାହୀ ବାବୁଙ୍କୁ ଭକ୍ତି ସଙ୍ଗୀତ ସଂସଦ ତରଫରୁ ପାରଳା ଗୌରବ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଆଜି ତାଙ୍କୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ପାରଳାଖେମୁଣ୍ଡିର ଯୁବ ବିଧାୟକ ରୁପେଶ ପାଣିଗ୍ରାହୀ ଶତାୟୁ ତ୍ରିନାଥ ପାଣିଗ୍ରାହୀଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଜଣେଇ ନିଜକୁ ଧନ୍ୟ ମନେ କରିଥିଲେ. ଶ୍ରୀ ତ୍ରିନାଥ ପାଣିଗ୍ରାହୀ ଙ୍କ ଜଗନ୍ନାଥ ଙ୍କ ନିକଟରେ ଥିବା ଭକ୍ତି ଭାବ ଆଜି ଆମ ସମସ୍ତ ଜଗନ୍ନାଥ ପ୍ରେମୀ ମାନଙ୍କୁ ଅନୁପ୍ରାଣିତ କରି ତାଙ୍କୁ ଓ ତାଙ୍କ ପରିବାରକୁ ପ୍ରଭୂ ଶ୍ରୀ ଜଗନ୍ନାଥ ଅପାର କରୁଣା ଢାଳି ସଦା ସର୍ବଦା ଘଣ୍ଟ ଘୋଡାଇ ରଖିଥାନ୍ତୁ ଏହା ହିଁ ଆମ ସମସ୍ତଙ୍କ ପ୍ରାର୍ଥନା.