June 21, 2026

ଅଦିନିଆ ରଥଯାତ୍ରାକୁ ଆଉ କ୍ଷମା ନାହିଁ -ଗଜପତି

IMG-20241105-WA0012
Share

ପୁରୀ:(ରାଜାରାମ sadanhiଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରିଛନ୍ତି ପୁରୀ ଗଜପତି।ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ନଭେମ୍ବର ୯ ତାରିଖରେ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍ କରିଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ହେଉଛି। ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ୍ ନୁହେଁ ବୋଲି କହିଛନ୍ତି ଗଜପତି । ଚିଠି ଲେଖିବା ସତ୍ତ୍ବେ ବି ମାନିଲାନି ଇସ୍କନ। ୩ ତାରିଖ ସ୍ନାନଯାତ୍ରାକୁ ବାତିଲ କଲେ, କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି ବୋଲି କହିଛନ୍ତି ଗଜପତି । ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ଆମେ ଚାହୁଁଛୁ ଆଲୋଚନା ଦ୍ବାରା ସମାଧାନ ହେଉ। ଯଦି ମାନିବେନି ଆମ ପାଖରେ ଆଇନର ରାସ୍ତା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା ବୋଲି କହିଛନ୍ତି ଗଜପତି। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ୧୯୬୯ରୁ ଇସ୍କନ ଅଦିନରେ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଅଦିନ ରଥଯାତ୍ରା କରୁଛି ଇସ୍କନ। ତେବେ ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ଆଶା ଥିବା କହିଛନ୍ତି ଗଜପତି ମହାରାଜା।