June 21, 2026

ଖନ୍ତାପଡ଼ା ମହୋତ୍ସବର ପ୍ରଥମ ସନ୍ଧ୍ୟା ଉଦଘାଟିତ..

IMG-20241105-WA0001
Share

 

ଖନ୍ତାପଡା,

( ଦେବାଶିଷ ଦାଶ୍)

ଏହି ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ଅନ୍ତର୍ଗତ ରାମନଗର ପଡିଆରେ ପ୍ରତିବର୍ଷ ପରି ଚଳିତ ବର୍ଷ ୧୪ ତମ ଖନ୍ତା ପଡା ମହୋତ୍ସବ ଆଜି ଉଦଘାଟିତ ହୋଇଛି। ମହୋତ୍ସବ କୁ ବାଲେଶ୍ୱର ର ପ୍ରାକ୍ତନ ସାଂସଦ ରବୀନ୍ଦ୍ର ଜେନା ଉଦଘାଟନ କରି ଆୟୋଜକ କମିଟି ସଦସ୍ୟ ଙ୍କ କାର୍ଯ୍ୟକୁ ସାଧୁବାଦ୍ ଜଣାଇ ମହୋତ୍ସବ ମାଧ୍ୟମରେ ଅଞ୍ଚର ଭାଇଚାରା ସୃଷ୍ଟି କରି ଅଞ୍ଚଳବାସୀ ଙ୍କର ପ୍ରଗତି କୁ ଆଗେଇ ନେଉଥିବାରୁ କାର୍ଯ୍ୟକ୍ରମକୁ ତାରିଫ କରିଥିଲେ। ପରେ ଆୟୋଜକ ଆଞ୍ଚଳିକ ଯୁବ ପରିଷଦର ସଭାପତି ଚନ୍ଦେନେଶ୍ୱର ବେହେରା ଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆଇନଜୀବୀ ପୁରୁଷୋତ୍ତମ ପ୍ରଧାନ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁକ୍ଷ୍ୟ ବକ୍ତା ଭାବେ ଚେତନା ସାହିତ୍ୟ ସଂସଦର ମୁକ୍ଷ୍ୟ କବି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଅଞ୍ଚଳର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ବାବଦରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହିପରି ମହୋତ୍ସବ ମାଧ୍ୟମରେ ଅଞ୍ଚଳରେ ଭାଇଚାରା ରକ୍ଷା କରି ଲୋକଙ୍କର ଉନ୍ନତି କରିପାରିବ ବୋଲି କାମନା କରିଥିଲେ।ସମ୍ମାନିତ ଅତିଥି ଭାବେ ଦିଲ୍ଲୀପ ଦାସ, ଦୀପକ ଅନିରୁଦ୍ଧ ବେହେରା ପ୍ରମୁଖ ଯୋଗ ଦେଇ ମହୋତ୍ସବ ବାବଦରେ ମତବ୍ୟକ୍ତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜକ ଆଞ୍ଚଳିକ ଯୁବ ପରିଷଦର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଝୁମିଥିଲେ। ମହୋତ୍ସବ ରେ ବିଭିନ୍ନ ଖାଦ୍ୟ, ଦୋଳି ଆଦି ଲୋକଙ୍କୁ ଆକର୍ଷିତ କରିଥିଲା।