ଗଜପତି ଜିଲ୍ଲାର ଦୁଇ ବରିଷ୍ଠ ବି ଜେ ଡି ନେତା ଅନ୍ତର୍ଯାମୀ ଗମାଙ୍ଗ ଓ ପଲ୍ଲବ ଲିମ୍ମା ଦଳ ଛାଡିଲେ
ପାରଳାଖେମୁଣ୍ଡି:୫/୧୦(ଗରୁଡ ଧ୍ୱଜ ଚୌଧୁରୀ): ଗଜପତି ଜିଲ୍ଲାର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ପଲ୍ଲବ କୁମାର ଲିମା ବିଜେଡି ଛାଡିଛନ୍ତି. ଶ୍ରୀ ଗମାଙ୍ଗ ୨୦୨୪ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ମୋହନା ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ସେ ୨୦୦୯ ମସିହା ପୂର୍ବରୁ ବିଜେପିରେ ଥିଲେ. ବିଗତ 2009 ମସିହାରେ ବିଜେପିର ମୋହନା ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୧୪ରେ ସେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କ ଯୋଗଦାନ ପରେ ମୋହନାରେ ବିଜେଡି ସଶକ୍ତ ହୋଇଥିଲା। ଏହାପରେ ଦଳ ତାଙ୍କ ପତ୍ନୀ ପୂର୍ଣ୍ଣବାସୀ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା. ସେ ମଧ୍ୟ ପରାଜିତ ହୋଇଥିଲେ. ୨୦୨୪ ନିର୍ବାଚନରେ ବିଜେଡି ଅନ୍ତର୍ଯ୍ୟାମୀଙ୍କୁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ ମଧ୍ୟ ଶ୍ରୀ ଗମାଙ୍ଗ ପରାଜିତ ହୋଇଥିଲେ. ସେ ୨୦୧୭ରୁ ୨୦୧୯ ଯାଏଁ ଗଜପତିର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ଅଧ୍ୟକ୍ଷ ଥିଲେ। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ନିଜ ଇସ୍ତଫା ପତ୍ରରେ ପ୍ରଦାନ କରିଛି. ସେହିପରି ଅନ୍ୟତମ ଗଜପତି ଜିଲ୍ଲାର ବରିଷ୍ଠ ନେତା ପଲ୍ଲବ କୁମାର ଲିମା ମଧ୍ୟ ବିଜେଡି ଛାଡିଛନ୍ତି. ସେ ଦୀର୍ଘ 40 ବର୍ଷ ଧରି ବିଜୁ ପରିବାର ସହିତ ସମ୍ପୃକ୍ତ ରହି ଛାତ୍ର ଜୀବନରୁ ରାଜନୀତିକୁ ଆସିଥିଲେ. ବିଜୁ ଜନତା ଦଳ ଗଠନ ହେବା ପରେ ଶ୍ରୀ ଲିମ୍ମା ବିଜେଡିରେ ସାମିଲ ହୋଇ ଦଳକୁ ଜିଲ୍ଲାରେ ମଜବୁତ କରିବା ସହ ମାଇନରଟି ସେଲର ରାଜ୍ୟ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇ ଥିଲେ. ବର୍ତ୍ତମାନ ସେ ମଧ୍ୟ ଦଳର ବିଭିନ୍ନ ବିଶୃଙ୍ଖଳା ଜନିତ କାର୍ଯ୍ୟ କାରଣରୁ ବିଜେଡି ଛାଡିଥିବା ସୂଚନା ଦେଇଛନ୍ତି.
