September 21, 2024

ଚନ୍ଦ୍ର ପୁର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ରେ ଗୁରୁଦିବସ ପାଳିତ 

Share

 

ରାୟଗଡା :ଅଦ୍ୟ ତ05.09.2024 ଦିନ ସକାଳ 8:00 ସମୟରେ ସରକାରୀ (SSD) ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ରେ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍ଵର ଗମାଙ୍ଗ ଙ୍କ ଅଧ୍ୟକ୍ଷତା ରେ ପବିତ୍ର ଗୁରୁ ଦିବସ ଛାତ୍ର ମାନଙ୍କ ଦ୍ୱାରା ପାଳିତ ହୋଇଅଛି ll ଏଥିରେ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ ଚୌଧୁରୀ ଭାବ ପ୍ରବାଣ ହୋଇ ପିଲାମାନଙ୍କୁ ପରାମର୍ଶ ଓ ଆର୍ଶୀବାଦ କରି ଥିଲେ ll ଇଂରାଜୀ ଶିକ୍ଷକ କୁନା ମାଝୀ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଲେ ଏହାକୁ ଗପ ମାଧ୍ୟମରେ ଉପସ୍ଥାପନା କରିଥିଲେ ll ବିଜ୍ଞାନ ଶିକ୍ଷକ ଛାତ୍ର ମାନଂକୁ କହିଥିଲେ ମନବଳ ଦୃଢ଼ କଲେ ସବୁ ସଫଳତା ମିଳେ ll ଓଡିଆ ଶିକ୍ଷକ ଶ୍ରୀ ବଳବଦ୍ର ସତ୍ୟ ମାର୍ଗରେ ଚାଲିଲେ ଓ ନିଜ କାମ ପ୍ରତିଦିନ କଲେ ସଫଳତା ମିଳେ ll ହିନ୍ଦୀ ଶିକ୍ଷକ ଶ୍ରୀ ରୁଦ୍ର ବାବୁ ସୂର୍ଯ୍ୟ ଓ ହନୁମାନ ଗପ ମାଧ୍ୟମରେ ଛାତ୍ରମାନଂକୁ ଉତ୍ତମ ମାର୍ଗ ଦର୍ଶନ କରି ଥିଲେ ll ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ରତ୍ନାଲୁ ଛାତ୍ର ମାନଙ୍କ ଠାରୁ 3 ଟି ଶପଥ ନେଲେ ଓ ତାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଲେ ll ପ୍ରଧାନ ଶିକ୍ଷକ ନିଜ ର ସୁନ୍ଦର ମତ ରେ କହି ଥିଲେ ଆମେ ରାସ୍ତା ଉପରେ ଠିଆ ହେଲେ ଆମକୁ ରାସ୍ତା ଆମେ ଚାଁହୁଥିବା ଗାଁ କୁ ନେଇ ଯାଇ ପାରେ, ତେଣୁ ଆମେ ଚେଷ୍ଟା କଲେ ସବୁ ସହଜ ରେ ମିଳିଥାଏ କିନ୍ତ ଆମକୁ ପରିଶ୍ରମ ଓ ଚେଷ୍ଟା କରିବା ସହ ସାହସ ଦରକାର ll 50ରୁ ଅଧିକ ଛାତ୍ର ମାନେ ଗରୁ ଦିବସ ରେ ନିଜର ମତ ଭାଷଣ ମାଧମରେ ଉପସ୍ଥାତ୍ପନ କରି ଥିଲେ ll ଛାତ୍ର ମାନଂକୁ ପୁରସ୍କାର ପ୍ରଧାନ କରାଯାଇଥିଲା ll ଛାତ୍ର ଶ୍ରୀ ରିଫାନ ନାୟକ ପ୍ରତିଯୋଗିତା ରେ ପ୍ରଥମ ହୋଇ ଥିଲେ ll ପରିବେଶ ଆନଂଦ ମୟ ଥିଲା ll ଜ୍ଞାନ ହିଁ ଅନ୍ଧାର କୁ ଦୂର କରେ ଓ ଶିକ୍ଷା ହିଁ ସଫଳତା ର ଚାବି କାଠି ll ଆମେ ପାଠ ପଢି ମଣିଷ ହେବୁ ଧ୍ୱନି ରେ ପରିବେଶ ଫୁଟି ଉଟି ଥିଲା ll

ରାୟଗଡା ରୀ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ