September 21, 2024

ମୋହନା ବ୍ଲକରେ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକର ପ୍ରସାର ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ..

Share

   ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ସମ୍ପର୍କରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏହି କର୍ମଶାଳା ରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ କରୁଣା କର ପାଇକ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ ଙ୍କ ସହ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ, ବ୍ଲକ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଅଧିକାରୀ, ସହକାରୀ ମୁର୍ତିକା ସଂରକ୍ଷଣ ଅଧିକାରୀ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ବ୍ଲକ ଜୀବିକା ମିଶନ ପରିଚାଳକ, ମିଶନ ଶକ୍ତି ର ବ୍ଲକ ଯୋଜନା ଜଂଯୋଜକ ଙ୍କ ସମେତ ସମସ୍ତ ଯୋଜନା ପରିଚାଳନା ଦ୍ଵାରା ସଂପୃକ୍ତ ଏବଂ ବିଭାଗ ଦ୍ଵାରା ଦକ୍ଷତା ବୃଦ୍ଧି ସହ ପ୍ରସାର କରିବେ ସେହି କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ବିଭାଗ ର ବରିଷଠବ୍ୟକ୍ତିଙ୍କ ଅଧିକାରୀ ମାନେ। ତାଲିମ ଗ୍ରହଣ କରିଥିବା କର୍ମଚାରୀ ଗାଁ କୁ ଗାଁ ବୁଲି ଲୋକଙ୍କ ସହ ସମ୍ପର୍କ ରଖି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ କୃଷି ଭିତ୍ତିକ ଚାଷ ସମ୍ପର୍କରେ ବୁଝାଇ କିପରି ଆର୍ଥିକ ମେରୁଦଣ୍ଡ ବୃଦ୍ଧି କରିବେ ତାହା ବିଷୟରେ ବିଶଦ ଭାବେ ବୁଝାଇବେ ବୋଲି କର୍ମଶାଳା ର ଉଦ୍ଦେଶ୍ୟ ରହିଛି।