September 21, 2024

ଉମରକୋଟ ଚଟିଗୁଡା ଠାରେ ଚାନ୍ଦା ମାଗିବା ବାହାନାରେ ଲୁଟ……..

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଆଉ କିଛି ଦିନ ପରେ ସମଗ୍ର ଦେଶରେ ପ୍ରଭୁ ଗଣେଶ ଙ୍କ ପୂଜା ଉତ୍ସବ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଅଞ୍ଚଳ ରେ ଗଣେଶ ଙ୍କ ମୂର୍ତ୍ତି ରଖି ଗଣେଶଙ୍କ ପୂଜା କରାଯାଇଥାଏ। ଉକ୍ତ ପୂଜା ପାଇଁ ଅଧିକାଂଶ ଅଞ୍ଚଳ ରେ ଲୋକେ ଚାନ୍ଦା ଆଦାୟ କରି ଗଣେଶ ପୂଜା କରିଥାନ୍ତି!ଏପରି ଚାନ୍ଦା ଆଦାୟ କରିବା ବାହାନାରେ କିଛି ଦୁର୍ବୁତ୍ତ ଦୁଇ ବେପାରୀଙ୍କୁ ଲୁଟ କରିଥିବା ଘଟଣା ସାମ୍ନା କୁ ଆସିଛି ସୂଚନା ଅନୁଯାଇ। ଅନୁପ ଗଣ୍ଡିଆଲ ଓ ସତୀଶ ନାମକ ଦୁଇ ରାୟପୁର ର କପଡା ବେପାରୀ ଏକ ମାରୁତି ସୁଜୁକି ଡିଜାର ଗାଡି ନଂ CG07BS4937 ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ କୁ ଉଧାରୀ ଦେଇଥିବା କପଡା ର ଟଙ୍କା ଆଦାୟ ପାଇଁ ଆସିଥିଲେ!ସେଠାରୁ ଡାବୁଗାଁ ଅଭିମୁଖେ ଟଙ୍କା ଆଦାୟ କରିବାକୁ ଯାଉଥିବା ବେଳେ ଚାଟିଗୁଡା ଓ ବିଜାପୁର ମଧ୍ୟରେ କିଛି ଦୁର୍ବୁତ୍ତ ଗଣେଶ ପୂଜା ଚାନ୍ଦା ଆଦାୟ କରିବାକୁ ସେହି ବେପାରୀଙ୍କୁ ଅଟକାଇଥିଲେ!ବେପାରୀ ଚାନ୍ଦା ଦେବାକୁ ମନା କରିବାରୁ ଦୁର୍ବୁତ୍ତ ମାନେ ଏକ ବନ୍ଧୁକ କାଢି କାର ର ଝରକା କାଚ ଭାଙ୍ଗି ଦେବା ସହ ଜଣଙ୍କ କାନ ପାଖରେ ବନ୍ଧୁକ ରଖି ଗୋଟିଏ ବ୍ୟାଗ ଲୁଟ କରି ସେଠାରୁ ଫେରାର ହୋଇଯାଇଥିଲେ!ପରେ ଉକ୍ତ ବେପାରୀ ଡାବୁଗାଁ କୁ ଯାଇ ସେଠାରେ ଲିଖିତ ଅଭିଯୋଗ କରିଛୁ ବୋଲି କପଡା ବେପାରୀ କହିଥିଲେ!ସେମାନଙ୍କ କହିବା ଅନୁଯାଇ ସେହି ବ୍ୟାଗରେ ୧୩୦୦୦/-ଟଙ୍କା ଏବଂ କିଛି ଦରକାରୀ ଜିନିଷ ଥିଲା ବୋଲି ବେପାରୀ କହିଛନ୍ତି। ଏଭଳି ଅଞ୍ଚଳରେ ଅନେକ ଲୁଟ, ଚୋରି, ଡକାଏତ ହେଉଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି।