ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ନିରାପତ୍ତା ସପ୍ତାହ ପାଳିତ
ବେଗୁନିଆ, ତା05/07:ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହକତ୍ବରେ ଚଳିତ ମାସ 1ତାରିଖରେ
ନିରାପତ୍ତା କମିଟି ଗଠନ କରାଗଲା ।
ଏଥିରେ ସଭ୍ୟରୂପେ ପରିଚାଳନା ପରିଷଦର ଅଧ୍ୟକ୍ଷ ଶିବ କୁମାର ମୁନି, ଅଭିଭାବକ ହରପ୍ରସନ୍ନ ପଣ୍ଡା,
ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ, ଏନସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର, ସ୍ଥାନୀୟ ଏନଜିଓ କର୍ମଚାରୀଙ୍କୁ ଏବଂ ସଭ୍ୟା ରୂପେ ଅଭିଭାବିକା ସୁଜାତା ରଥ, ୱାର୍ଡ ସଭ୍ୟା ସୁକାନ୍ତି
ନାୟକ, ଆଶାକର୍ମୀ ଓ ଅଙ୍ଗନବାଡି
କର୍ମୀଙ୍କୁ ନିଆଯାଇଥିଲା । କମିଟିକୁ
ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ବିପଦମୁକ୍ତ କରିବାକୁ ଆସିଥିବା ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରିବା ସହ ଏଥିପାଇଁ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା
ବିଭାଗରୁ ମଂଜୁର ହୋଇଥିବା ଅର୍ଥରାଶି ବିଷୟରେ ଜଣାଇଥିଲେ ।
ଦ୍ଵିତୀୟ ଦିବସରେ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା ଓ ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁ ହତା ମଧ୍ୟରେ ଥିବା ବୁଦା, ବଡ ଘାସ, କଣ୍ଟାଗଛ ଇତ୍ୟାଦି ସଫା କରାଇଥିଲେ । ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁ ଗ୍ୟାସ, କିରୋସିନ, ଏସିଡ, ଫିନାଇଲକୁ ନିରାପଦ ସ୍ଥାନରେ ରଖିଥିଲେ । ତୃତୀୟ ଦିବସରେ ପ୍ରଭାତ କୁମାର ନିଶଙ୍କ ଓ ବିଶ୍ବରଞ୍ଜନ ପରିଡ଼ାଙ୍କ ତତ୍ୱାବଧାନରେ ସୁରଥ ନାୟକ ଓ ଅନ୍ୟ କର୍ମୀଙ୍କ ଦ୍ୱାରା ଶୋଚାଳୟ ସଫେଇ କରାଯାଇଥିଲା ।ରେଡ଼କ୍ରସ କାଉନସେଲର ରିସ୍ମାରଶ୍ମି ପାଇକରାୟ ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଚତୁର୍ଥ ଦିବସରେ ଆଶା ମୁର୍ମୁ ସମସ୍ତଙ୍କୁ ନିଆଁ ଲିଭା ଯନ୍ତ୍ରର ବ୍ୟବହାର ଶିଖାଇଥିଲେ । ମୋହିନୀକାନ୍ତି ଦାସ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ
ଶପଥ ପାଠ କରାଇବାପରେ ଶିକ୍ଷକ ଅଜିତ କୁମାର ପୁରୀ ବିଦ୍ୟାଳୟ ନିରାପତ୍ତା ମାର୍ଗଦର୍ଶିକା ପଢି ବୁଝାଇଥିଲେ ।ସୁନିତା ପୃଷ୍ଟି ଓ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଦ୍ୱାରା ବେଗୁନିଆ ବଜାର ଓ ବିଦ୍ୟାଳୟ ନିକଟ ସାହିଗୁଡିକ ପରିକ୍ରମା କରି
ସ୍ଲୋଗାନ ଦେଇ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ,ରେଡ଼କ୍ରସ ଓ ଅନ୍ୟ ସମସ୍ତ ବିଦ୍ୟାର୍ଥୀ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ
ଗଣ ପ୍ରତିନିଧି ମାନସ ରଞ୍ଜନ କର ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ସମେତ
ଏସଏମସି ଅଧ୍ୟକ୍ଷ ଶ୍ରୀ ମୁନି, ପଞ୍ଚସଖା ଶିକ୍ଷାସେତୁ ସଂଗଠନର ସମ୍ପାଦକ ଦେବାଶିଷ ସାହୁ କିରଣବାଳା ଜେନା ଓ ବିରଞ୍ଚି ନାରାୟଣ ସାହୁ ସହଯୋଗ କରିଥିଲେ। ରିପୋର୍ଟର ମାନସ ରଞ୍ଜନ କର
