June 16, 2026

ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

Share

ପାରଳାଖେମୁଣ୍ଡି, ତା.୦୫.୦୭.୨୦୨୫

 

ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଗରିକ ତଥା ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀ ବିନୋଦ ଚନ୍ଦ୍ର ଜେନା,ଗୁରୁ ରଘୁନାଥ ପାତ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ, ଇତିହାସ, ଭୌଗଳିକ, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ, ସାମଗ୍ରିକ ବିକାଶ, ଇତ୍ୟାଦି ଗଜପତି ଜିଲ୍ଲାର ସମସ୍ତଙ୍କୁ ନେଇ ଗଜପତି ଡ଼କ୍ୟୁମେଣ୍ଟାରୀ ବୃତ୍ତଚିତ୍ରକୁ ଗଜପତି ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ଶୁଭ ମୁକ୍ତିଲାଭ କରିଛି। ଏହି ବୃତ୍ତଚିତ୍ରକୁ ଗଜପତି ଜିଲ୍ଲାର ପ୍ରଖ୍ୟାତ ଗବେଷକ ଏବଂ ଲେଖକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲେଖିଥିବା ବେଳେ ବର୍ଣ୍ଣନା କରିଛନ୍ତି ଅମୂଲ୍ୟ କୁମାର ପାଣିଗ୍ରାହୀ। ଏହି ବୃତ୍ତଚିତ୍ର ର ସମ୍ପୂର୍ଣ୍ଣ ପରିକଳ୍ପନା, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସୁଜ୍ଞାନ ସାଗର।

ଆଜି ପ୍ରଥମ ସନ୍ଧ୍ୟାରେ ଭାରତ ଲୀଳା ନୃତ୍ୟ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ପ୍ରତିଦିନ ସନ୍ଧ୍ୟା ୫.ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟର ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ ।

You may have missed