June 12, 2026

ଭବାନୀପାଟଣାରେ ବାହୁଡା଼ ଯାତ୍ରା ଅନୁଷ୍ଠିତ..

IMG-20250705-WA0083
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଆଜି ଭବାନୀପାଟଣା ଠାରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା ଗୁଣ୍ଡିଚାଙ୍କ ମନ୍ଦିରରେ ଆନୁଷ୍ଠାନିକ ଭାବେ ପୂଜାର୍ଚନା ପରେ ସନ୍ଧ୍ୟା ପ୍ରାୟ 4.45 ସମୟରେ ମହାପ୍ରଭୁ ବଳଭଦ୍ର, ମା ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ମନ୍ଦିରରୁ ପହଣ୍ଡି ବିଜେ କରି ଭକ୍ତଙ୍କ ଗହଣରେ ଝୁମି ଝୁମି ପ୍ରାୟ ଦେଢ଼ ଶହ ମିଟର ଦୂରରେ ଅବସ୍ଥିତ ମା ମାଣିକେଶ୍ବରୀଙ୍କ ମନ୍ଦିର ନିକଟସ୍ଥ ନିଜ ରଥକୁ ଆସିଥିଲେ। ଏହାପରେ ପ୍ରାୟ 5.15 ସମୟରେ କଳାହାଣ୍ଡି ମହାରାଜ ଛେରା ପହରା ଦେଇଥିଲେ। ଏହାପରେ ପ୍ରାୟ 5.30ବେଳକୁ ଭକ୍ତଙ୍କ ଦ୍ୱାରା ରଥ ଟଣା ଆରମ୍ଭ କରାଯାଇଥିଲା। ଭକ୍ତଙ୍କ ଗହଣରେ ରଥ ଧୀରେ ଧୀରେ ଗାଡି ଶ୍ରୀ ଜଗନ୍ନାଥ ମନ୍ଦିର ପହଂଚିଲା ବେଳକୁ ପ୍ରାୟ 6.40 ହୋଇଯାଇଥିଲା। ଏହାପରେ ଵିଧି ବଧ ଭାବରେ ତିନି ଠାକୁରଙ୍କୁ ମନ୍ଦିର ମଧ୍ୟକୁ ପ୍ରାୟ 7.15 ସମୟରେ ନିଆଯାଇଥିଲା ଓ ସ୍ଥାପିତ କରାଯାଇଥିଲା। ଆଜିର ଏହି ପବିତ୍ର ବାହୁଡା ଯାତ୍ରାରେ ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଭକ୍ତଙ୍କ ବିଶେଷ ଭିଡ ଦେଖିବାକୁ ମିଳିନାହିଁ।