April 24, 2026

ଛତ୍ରପୁର ବିଜେପି କାର୍ଯ୍ୟାଳୟ ରେ ବିଶ୍ଵ ଶାନ୍ତି ପ୍ରତିଷ୍ଠା ପାଇଁ ୧୦୮ ହନୁମାନ ଚାଳିଶା ପାଠ 

IMG-20250705-WA0081
Share

 

ଛତ୍ରପୁର.ତା.୫/୭/୨୦୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନେତୃତ୍ଵ ରେ ବିଶ୍ଵ ର କଲ୍ୟାଣ ପାଇଁ ଓ ପ୍ରାଣୀ ଜଗତର ମଙ୍ଗଳ ପାଇଁ ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ପାଇଁ ସକାଳୁ ୧୦୮ହନୁମାନ ଚାଳିଶା ପାଠ ମହା ଆଡ଼ମ୍ବରରେ ଆରମ୍ଭ କରାଯାଇଥିଲା

ଏହି କାର୍ଯ୍ୟ କ୍ରମ ରେ ବିଧାୟକ ଙ୍କ ସହ ଦଳର ସମସ୍ତ ମଣ୍ଡଳ ସଭାପତି ଓ ଦଳ ର ନେତୃବନ୍ଦ ଙ୍କ ସହ ବରିଷ୍ଠ ଓକିଲ ବିଜେପି ନେତା ପ୍ରଦୀପ ପାଢ଼ୀ, ସଂଜିତ୍ ରାଉଳ, ପଦ୍ମ ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଓକିଲ ଡମୀନାଥ ସାହୁ, ଯୁବନେତା ବନୋଜ ନାହାକ, ଶ୍ରମିକ ନେତା N ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ଓ ଅନ୍ୟାନ୍ୟ ଦଳୀୟ ନେତା ଓ କର୍ମୀ ଏବଂ ସାଧାରଣ ଲୋକ ଯୋଗ ଦେଇ ହନୁମାନ ଚାଳିଶା ପାଠ କରିଥିଲେ ଓ ସାମୁହିକ ପ୍ରସାଦ ସେବନ କରିଥିଲେ

You may have missed