April 24, 2026

ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ଶାନ୍ତିର ବାର୍ତ୍ତା ଦେଲେ ମଧୁବନ ନିବାସୀ ରାଜୟୋଗୀ ବ୍ରହ୍ମାକୁମାର ସୁନ୍ଦର ଲାଲ୍ l

1fb87ecc-471f-483d-bf30-fe25670cb0e3
Share

ଆସିକା : 05/07/23 ଶାନ୍ତି ଶକ୍ତି ଭଵନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭlତୀ ଭଉଣୀଙ୍କ ସଂଯୋଜନାରେ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅlୟୋଜିତ ହୋଇଯାଇଛି l ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ କେନ୍ଦ୍ର ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ମାଉଣ୍ଟ ଆବୁ ନିବାସୀ ରାଜଯୋଗୀ ସୁନ୍ଦରଲାଲ୍ ଭାଇ ଯୋଗ ଦେଇ ସମସ୍ତ୍ ଅବସର ପ୍ରାପ୍ତ ବରିଷ୍ଠ ନାଗରୀକଙ୍କୁ ପରମାତ୍ମା ଶିବ ପିତାଙ୍କ ସନ୍ଦେଶ ପ୍ରଦାନ କରିବା ସହିତ ସମସ୍ତଙ୍କୁ ମଧୁବନ ଆସିବା ପାଇଁ ସାଦର ଇଶ୍ବରୀୟ ନିମନ୍ତ୍ରଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗଣେଶ ରଥ,ପୀତବାସ ମହା ପାତ୍ର, ପୀତବାସ ପାଢୀ, ନକୁଳ ପଣ୍ଡା, ଦେବରାଜ ମିଶ୍ର, ଗୌର ଚନ୍ଦ୍ର ବେବର୍ତା , ଗୋପିନାଥ ଦାଶ, କାଳିଆ କାହ୍ନୁ ମହାପାତ୍ର,ଭବାନୀ ଶଙ୍କର ରଥ, ସତ୍ୟନାରାୟଣ ରଥ ବରିଷ୍ଠ ଆଇନଜୀବି ଦେବରାଜ ମିଶ୍ର,ନାରାୟଣ ବେହେରା ତଥା ଅନ୍ୟାନ୍ୟ ବୁଦ୍ଧିଜୀବୀ ଯୋଗଦେଇଥିଲେ କାର୍ଯ୍ୟକ୍ରମ ଶେଷରେ ସମସ୍ତ ବରିଷ୍ଠ ନାଗରିକଙ୍କ ତରଫରୁ ରାଜଯୋଗୀ ସୁନ୍ଦରଲାଲ୍ ଭାଇଙ୍କୁ ସମ୍ମାନୀତ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସହଜ ରାଜୟୋଗ ଅଭ୍ୟାସ କରାଇଥିଲେ l କାର୍ଯ୍ୟକ୍ରମ ଶେଷରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ପୀତବାସ ମହାପାତ୍ର ମାଉଣ୍ଟ ଆବୁ ଠାରେ ଆୟୋଜିତ ପଞ୍ଚ ଦିବସୀୟ ରାଜଯୋଗ ଶିବିରରେ ବିତାଇଥିବା ଅନୁଭୂତି ବର୍ଣ୍ଣନା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ଭଉଣୀ ଭାଇ ସହଯୋଗ କରିଥିଲେ l