March 11, 2026

କବିସୂର୍ଯ୍ୟ ବଳଦେବ ସ୍ମୁ୍ତି ସଂସଦ ପକ୍ଷରୁ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ

826aae93-59b7-4e1c-9c5d-9fba06e1d55c
Share


——————————————–
ବୁଗୁଡା:ତା-୦୫-୦୭-୨୦୨୩ ଗଞ୍ଜାମ ଜିଲ୍ଲାର ଜଣେ ଦକ୍ଷ ସାହିତ୍ୟ ସଂଗଠକ, ସୁସାହିତ୍ୟିକ ତଥା ବରିଷ୍ଠ ଶିକ୍ଷାବିତ୍ ଓ “ଘୁମୁସର ର ସ୍ବର” ସାହିତ୍ୟ ପ୍ରତିଷ୍ଠାନ ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତିର ବିକାଶ , ପ୍ରଚାର ଓ ପ୍ରସାର କ୍ଷେତ୍ରେରେ ଉଲ୍ଲେଖନୀୟ ଅବଦାନ ପାଇଁ କବିସୂର୍ଯ୍ୟ ନଗରସ୍ଥିତ ପ୍ରତିଷ୍ଠିତ କବିସୂର୍ଯ୍ୟ ବଳଦେବ ସ୍ମୁ୍ତି ସଂସଦ ପକ୍ଷରୁ ବାଲିପଦର
ମହାବିଦ୍ୟାଳୟ ଠାରେ କବିସୂର୍ଯ୍ୟ
ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।
ସ୍ମୁ୍ତି ସଂସଦର ସଭାପତି ପ୍ରଫେସର କୈଳାସ ନାଥ ସ୍ବାଇଁ, ବିଶିଷ୍ଟ ଲେଖିକା ତଥା ସମାଜସେବୀ ଇ. ମାହେଶ୍ୱରୀ ଦୋରା, ସଂପାଦନ ଡକ୍ଟର ଗୋବିନ୍ଦ ପ୍ରସାଦ ରଥ, ଗୁରୁମୂର୍ତ୍ତୀ ଗୌଡ଼ ବାଲିପଦର ମହାବିଦ୍ୟାଳୟ ଅଧ୍ଯାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ମାନପତ୍ର ,ସିଲ୍ ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପକ କାମେଶ୍ବର ବେହରା, ସୁଶାନ୍ତ କୁମାର ପଣ୍ଡା, ଡକ୍ଟର ଏ. ଜିତେସ୍ ରାଓ ଦୋରା, ଡକ୍ଟର ଶିଶିର କୁମାର ନାୟକ, ସରୋଜ କାନ୍ତ ଦାସ ପ୍ରମୁଖ ଯୋଗଦେଇ ଡକ୍ଟର ପାତ୍ରଙ୍କ ଭାଷା ସାହିତ୍ୟ ପାଇଁ କାର୍ଯ୍ୟ କରିବାର ଶୈଳୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
——–*——-

You may have missed