June 6, 2026

ଗଜପତି:-:ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସଚେତନତା , ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ..

IMG-20260605-WA0060
Share

 

ବିଶ୍ୱ ପରିବେଶ ଦିବସ-୨୦୨୬ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଥିବା ଆଇ:ଏସ:ଆର:ଡି: “ସଖୀ ୱାନ ଷ୍ଟପ ସେଣ୍ଟର”, ଗଜପତି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି’ଙ୍କ ମିଳିତ ଆନୁକୂଳ୍ୟରେ ରାମଲିଙ୍ଗେଶ୍ୱର ମନ୍ଦିର, ପାରଳାଖେମୁଣ୍ଡି ଠାରେ ସଚେତନତା , ସ୍ୱଚ୍ଛତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସେହିପରି ଗୋଷାଣୀ ବ୍ଲକ ଅନ୍ତର୍ଗତ ବି. ସୀତାପୁର ଅଙ୍ଗନୱାଡି କେନ୍ଦ୍ର ଏବଂ ରାୟଗଡ଼ା ବ୍ଲକ ଅନ୍ତର୍ଗତ ପଦାଶାହି ଗ୍ରାମରେ ମଧ୍ୟ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଙ୍କ ସମେତ , ସରକାରୀ ଓକିଲ , ଆଇନଜୀବୀ , ଡିଏଚଇଡବ୍ଲୁ କର୍ମଚାରୀ , ଆଇ:ଏସ:ଆର:ଡି:ରେ ଇଣ୍ଟର୍ନଶିପ୍ କରୁଥିବା ବି.ଆର୍. ଆମ୍ବେଦକର କଲେଜର ଛାତ୍ରଛାତ୍ରୀ , ସ୍ଥାନୀୟ ଜନସାଧାରଣ ଏବଂ ଆଇଏସଆରଡି ୱାନ ଷ୍ଟପ ସେଣ୍ଟର , ଗଜପତିର ସମସ୍ତ କର୍ମଚାରୀ ସକ୍ରିୟ ଭାବେ ଯୋଗଦାନ କରିଥିଲେ।

ଚଳିତ ବର୍ଷର ଥିମ୍ “ ଇନ୍ସପାୟାର୍ଡ ବାୟ ନେଚର , ଫର୍ କ୍ଲାଇମେଟ୍ , ଫର୍ ଆୱାର୍ ଫ୍ୟୁଚର” ଅନୁଯାୟୀ ପରିବେଶ ସଂରକ୍ଷଣ , ସ୍ଥାୟୀ ଜୀବନଶୈଳୀ’ର ପ୍ରୋତ୍ସାହନ , ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା।

ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଉପସ୍ଥିତ ସମସ୍ତେ ପ୍ରାକୃତିକ ସମ୍ପଦ’ର ସୁରକ୍ଷା , ପ୍ରଦୂଷଣ ହ୍ରାସ , ପରିବେଶ ସନ୍ତୁଳନ ରକ୍ଷା ଏବଂ ଏକ ସ୍ୱଚ୍ଛ , ସବୁଜ ଓ ସୁସ୍ଥ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————