ମୋହନା ରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ …

ମୋହନା( ସନ୍ତୋଷ ଗୌଡ଼) ସାରା ବିଶ୍ୱ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଗଜପତି ଜିଲ୍ଲାର ମୋହନା ବନ ବିଭାଗ ଏହି ଅଞ୍ଚଳରେ “ମା ପାଇଁ ଗଛଟିଏ”, ବୃକ୍ଷ ରୋପଣ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ । ବନ ବିଭାଗର ଉଦ୍ୟମରେ ହଜାର ହଜାର ଚାରା ରୋପଣ କରାଯାଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଓ ସାମାଜିକ କର୍ମୀ ମାନେ ଏଥିରେ ସାମିଲ ହୋଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ଗଜପତି ଜିଲ୍ଲା ମୋହନା ବନ ବିଭାଗ ଅଞ୍ଚଳରେ ବନ ବିଭାଗ ପକ୍ଷରୁ “ମା ପାଇଁ ଗଛଟିଏ”, ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମୋହନା ବନଅଧିକାରୀ ଲଷ୍ମୀ ପ୍ରସାଦ ବିଷୋୟୀ ଙ୍କ ନେତୃତ୍ୱରେ ମୋହନା ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲl।ଏହି ଅଭିଯାନରେ ହଜାରରୁ ଅଧିକ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଜଙ୍ଗଲର ସବୁଜିମା ବୃଦ୍ଧି ସହ ପରିବେଶ ସନ୍ତୁଳନ ରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ବୋଲି ସ୍ଥାନୀୟ ବନ ଅଧିକାରୀ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ର ସରପଞ୍ଚ ମାନଙ୍କ ସମେତ ସ୍ବେଛାସେବୀ ସଂସ୍ଥା ର କର୍ମଚାରୀ ଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସମସ୍ତେ ମିଳିମିଶି ଚାରା ରୋପଣ କରିବା ସହ ସାଧାରଣ ଲୋକଙ୍କୁ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ସମୟରେ ବଢ଼ୁଥିବା ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବୃକ୍ଷରୋପଣର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି। ଏଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏକତ୍ରିତ କରିବାକୁ ବନବିଭାଗର ପ୍ରୟାସ ଜାରି ରହିଛି ବୋଲି ବନ ଅଧିକାରୀ ଶ୍ରୀ ବିଷୋୟୀ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମ ରେ ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରି ଆଜିର ଦିବସ କୁ ଆନନ୍ଦ ର ସହ କଟାଇଥିଲେ।
