ଗାଁର ଶାନ୍ତି କମିଟିକୁ ମାନୁନାହାନ୍ତି ଅସାମାଜିକ ଯୁବକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ତଳଜଙ୍ଘ ଗ୍ରାମରେ ବିଭିନ୍ନ ସମସ୍ୟାକୁ ନେଇ କିଛିଦିନ ହେବ ନଈକୂଳ ସାହି ବାସିନ୍ଦା ଢିଅସାହି ବାସିନ୍ଦାଙ୍କ ଉପରେ ଦୋଷାରୋପ କରିବା ସହିତ ଥାନାଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଦତ୍ପର ରେ ଅଭିଯୋଗ କରିବା ସହିତ ସାମ୍ବାଦିକ ସମ୍ମିଳନୀ କରିଆସୁଥିଲେ l କିନ୍ତୁ ନଈକୂଳ ସାହି ବିରୁଦ୍ଧରେ ଗତକାଲି ସନ୍ଧ୍ୟାରେ ଢିଅସାହି ର ଶତାଧିକ ଗ୍ରାମବାସୀ ଏକାଠିହୋଇ କ୍ଲବ ଘରର ଟିଭି ଭାଙ୍ଗିବାଠାରୁ ଆରମ୍ଭକରି ଗାଡି ପୋଡିବା ପର୍ଯ୍ୟନ୍ତ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଶାନ୍ତି କମିଟି କୁ ଖାତିର ନକରି ଏଭଳି ଅସାମାଜିକ କାର୍ଯ୍ୟ କରୁଥିବା ଯୁବକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି l ଗତକାଲି ସନ୍ଧ୍ୟାରେ ବାବା ନୀଳକଣ୍ଠେଶ୍ଵର ଦେବ ମନ୍ଦିର ପରିସରରେ ଗ୍ରାମ ର ସଭାପତି ଘନଶ୍ୟାମ ସ୍ୱାଇଁଙ୍କ ସଭାପତିତ୍ୱ ରେ ସମ୍ପାଦକ ପରୀକ୍ଷିତ ପ୍ରଧାନ, ଉପସଭାପତି କାଳୁଚରଣ ପ୍ରଧାନ, କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ପଞ୍ଚାୟତ ସଭାପତି ପ୍ରସନ୍ନ କୁମାର ରାଉତଙ୍କ ସହିତ ଶତାଧିକ ଗ୍ରାମବାସୀ ଅଭିଯୋଗ ଆଣି ଗଣମାଧ୍ୟମ କୁ ଜଣାଇଥିଲେ ଯେ ନଈକୂଳ ସାହିର ସେନାପତି ପରିବାର ବେନିୟମ ଭାବେ ଲୁଣା ବାନ୍ଧରୁ ବାଲି ନେଉଥିଲେ l ଏହାକୁ ବିରୋଧ କରିବାରୁ ସେମାନେ ଗ୍ରାମ ଶାନ୍ତି କମିଟିକୁ ଖାତିର ନକରି ବିଶୃଙ୍ଖଳା ସୃଷ୍ଟି କରିବା ସହିତ ନଈକୂଳ ସାହିର ମାନସ ରଞ୍ଜନ ସେନାପତି (ମଣ୍ଟି ), ଅଭିନାଶ ସେନାପତି (ପିଣ୍ଟି ), ବିଶ୍ୱଜିତ ନାୟକ (ଟିଟୁ ), ସୁରେଶ ପରିଡା ( ଦୁସେଇ ), ସତ୍ୟବାନ ଜେନା, ଆଶୁତୋଷ ସେନାପତି ରାତିରେ କ୍ଳବ ଘରେ ପସି ଟିଭିଟିକୁ ଭାଙ୍ଗିଦେବା ସହିତ ଗ୍ରାମର ଗଦାଧର ଜେନାଙ୍କ ପେସନ ପ୍ରୋ ଗାଡିଟି ବାହାରେ ଥୁଆ ହୋଇଥିବା ବେଳେ ଗାଡିଟିକୁ ପୋଡି ନଷ୍ଟ କରିଦେଇଛନ୍ତି l ଏହି ସବୁ ଅସାମାଜିକ କାର୍ଯ୍ୟ କରିବାରେ ମୁଖ୍ୟ ଚକ୍ରାନ୍ତକାରୀ ହେଉଛି ଅବସରପ୍ରାପ୍ତ BSF ଯବାନ ଶିବ ଜେନା l ଯେବେଠାରୁ ଶିବଜେନା ଅବସର ନେଇ ଗାଁକୁ ଆସିଲେଣି ସେବେଠାରୁ ଗାଁ ରେ ବିଶୃଙ୍ଖଳା ଲାଗିରହିଛି ବୋଲି ଗଣମାଧ୍ୟମ କୁ ଜଣାଇବା ସହିତ ଆମେ ଜୀବନ ଦେଇଦେବୁ ପଛେ ଗାଁରେ ବିଶୃଙ୍ଖଳାକୁ ପ୍ରଶୟ ଦେବୁନାହିଁ ବୋଲି ବୈଠକ ରେ ଦୃଢ ନିଷ୍ପତି ନିଆଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
